କଟକ : ଲଗାଣ ବର୍ଷା କାରଣରୁ କଟକ ସହରରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେବା ପରେ ପ୍ରଶାସନ ଉପରେ ଅସନ୍ତୋଷ ଝାଡିଛନ୍ତି ହାଇକୋର୍ଟ। କଟକ ସହର ସମସ୍ୟା ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ସ୍ଥିତି କାହିଁକି ଉପୁଜିଲା ସେ ନେଇ ବିରକ୍ତି ପ୍ରକାଶ କରିଛନ୍ତି। ଏଥି ସହିତ ଜୁଲାଇ ୨୪ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣୀରେ ସିଏମସି ନଗର ଉନ୍ନୟନ ବିଭାଗ ସଚିବ,ପୂର୍ତ୍ତ ବିଭାଗ ସଚିବ, ଜିଲ୍ଲାପାଳ, ସିଏମସି ଓ ଅନ୍ଯ ଅଧିକାରୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଉଛନ୍ତି
ସେହିପରି ଏଭଳି ସମସ୍ଯାର ପୁନରାବୃତ୍ତି ଯେପରି ନ ଘଟେ ଓ ବକ୍ସ ଡ୍ରେନ ର ସଫେଇ ସଠିକ ଭାବେ ହେବ ସେ ନେଇ ସିଏମସି କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି କଟକ ଜିଲ୍ଲାପାଳ, ଭାରପ୍ରାପ୍ତ ସିଏମସି କମିଶନର, ୱାଟକୋ ଅଧିକାରୀ, ସିଏମସି ଅଧିକାରୀ ଏକାଠି ହୋଇ ସହରର ବିଭିନ୍ନ ସ୍ଥାନ, ବକ୍ସ ଡ୍ରେନ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ତୁରନ୍ତ ସବୁ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।