ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ୟ ଭାରତୀୟ ଜନତା ପାର୍ଟୀକୁ ମିଳିବ ନୂତନ ମଙ୍ଗୁଆଳ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୬ ତାରିଖରେ ବିଜେପି ରାଜ୍ୟ ସଭାପତି ପଦ ପାଇଁ ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ପର ଦିନ ଅର୍ଥାତ ୭ ତାରିଖରେ ଇଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ଏହା ପରେ ୮ ତାରିଖରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏ ନେଇ ସୂଚନା ଦେଇଛନ୍ତି ସହ ନିର୍ବାଚନ ଅଧିକାରୀ ଯତିନ୍ ମହାନ୍ତି ।