ଭୁବନେଶ୍ୱର: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମରାଯିବା ଘଟଣାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡ଼ ମନ୍ତବ୍ୟ ଦେଇଛନ୍ତି । ଭୁଲକୁ ଭୁଲ କହିବାର ସତସାହସ ଦରକାର । ଯଦି ମୋ ଏପରି ଭୁଲ କରିଥାଆନ୍ତା ତାହା ହେଲେ ପୋଲିସ ଡକାଇ ତାକୁ ଗିରଫ କରାଇଥାଆନ୍ତି ବୋଲି କହିଛନ୍ତି ଅପରାଜିତା ।
ଅପରାଜିତା କହିଛନ୍ତି, ଭୁଲକୁ ଭୁଲ କହିବାର ସତସାହସ ଦରକାର । ସମସ୍ତଙ୍କ ମଧ୍ୟରେ ସେ ସତ ସାହସ ରହିବା ଦରକାର । ଯଦି ମୋ ଏପରି ଭୁଲ କରିଥାଆନ୍ତା ତାହା ହେଲେ ପୋଲିସ ଡକାଇ ତାକୁ ଗିରଫ କରାଇଥାଆନ୍ତି । ଆମେ ସବୁବେଳେ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର ଦେଖାଇବା, ବିନମ୍ର ରହିବା ଓ ଶାଳୀନତା ଭିତରେ ରହିବା ଦରକାର । ସର୍ବସାଧାରଣରେ ଜଣେ ସରକାରୀ କର୍ମଚାରୀ ହୁଅନ୍ତୁ କିମ୍ବା ଜଣେ ସାଧାରଣ ଜନତାଙ୍କ ପ୍ରତି ଏପରି ଦୁର୍ବ୍ୟବହାର ଦେଖାଇବା ଠିକ୍ ନୁହେଁ । ୨୪ ବର୍ଷର ଭାରତୀ ପ୍ରଶାସନିକ ସେବା ଏବଂ ୬ ବର୍ଷର ରାଜନୈତିକ କାର୍ଯ୍ୟକାଳରେ କେବେବି ଏଭଳି ଦୁର୍ବ୍ୟବହାର ପ୍ରଦର୍ଶନ ଦେଖିନାହିଁ କିମ୍ବା ଶୁଣି ନାହିଁ ।
ଏହା ସହିତ ଅପରାଜିତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଜଗନ୍ନାଥ ପ୍ରଧାନ ତରଫରୁ ଭୁଲ ରହିଛି ଆମକୁ ମାନିବାକୁ ପଡ଼ିବ । ସେ ଜେଲରେ ଅଛନ୍ତି ଦୁଃଖ ଲାଗୁଛି । କିନ୍ତୁ ଆମକୁ ଭୁଲ ସୁଧାରିବାକୁ ପଡ଼ିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ।