ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି ମୌସୁମୀ ପ୍ରବାହ ଜନିତ ବର୍ଷା। ଅଧିକାଂଶ ସ୍ଥାନ ସହ ଟ୍ୱିନ ସିଟିରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରାୟ ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ୨୪ ଘଣ୍ଟାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୪ ଜିଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗର ବାୟୁ ମଣ୍ଡଳର ଉପରି ଭାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଜନିତ ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଓ ତାର ଆଖପାଖ ଅଞ୍ଚଳ ଦେଇ ୫.୮କିମି ଦୂରରେ ଦକ୍ଷିଣ ଆଡକୁ ଗତି କରୁଛି । ଫଳରେ ରାଜ୍ୟରେ ଆଗାମୀ ପାଞ୍ଚ ଦିନ ଧରି ଲଗାଣ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅର୍ଥାତ୍ ସୁନାବେଶ ସହ ଅଧର ପଣା ଓ ନିଳାଦ୍ରୀ ବିଜେ ଆଡ଼କୁ ବର୍ଷା ରାଜ୍ୟରେ ବର୍ଷା ଜାରି ରହିବ।
ଆସନ୍ତା ୨୪ ଘଣ୍ଟା ପାଇଁ ୱାର୍ଣ୍ଣିଂ:
ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅଧାରୁ ଅଧିକ ଜିଲ୍ଲା ପାଇଁ ବଜ୍ରପାତ ଜନିତ ସତର୍କ ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି ସହ ନୂଆପଡା ଓ ଗଜପତି ସମେତ ଉପକୂଳ ଜିଲ୍ଲା ଗଞ୍ଜାମ ଓ ନୟାଗଡ, ଖୋର୍ଦ୍ଧା ପୁରୀକୁ ଛାଡିଦେଲେ ବାକି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏପରିକି ଅନ୍ୟ ସବୁ ଜିଲ୍ଲା ଗୁଡିକରେ ବିଜୁଳି ଓ ବଜ୍ରପାତରେ ସତର୍କ ସୂଚନା ଦିଆଯାଇଥିବା ବେଳେ । ବର୍ଷାର ପରିମାଣ ମଧ୍ୟ ପ୍ରବଳରୁ ଅତି ପ୍ରବଳ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେଗୁଡ଼ିକ ହେଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଝାରୁସୁଗୁଡା , ସୁନ୍ଦରଗଡ, ଦେଓଗଡ, ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, କନ୍ଧମାଳ , ବଲାଙ୍ଗୀର , ବୌଦ୍ଧ , ସୋନପୁର ।