ପୁରୀ : ପୁରୀ ଶରଧାବାଲି ଦଳାଚକଟାର ଭିଡିଓ ଏବଂ ତଥ୍ୟ ଦେବାଙ୍କୁ ସାଧାରଣ ଲୋକଙ୍କୁ ଅପିଲ କଲେ ଉନ୍ନୟନ କମିଶନର ତଥା ପୁରୀ ଅଘଟଣର ତଦନ୍ତକାରୀ କମିଟି ଅଧ୍ୟକ୍ଷା ଅନୁ ଗର୍ଗ ।
କମିଶନର କହିଛନ୍ତି ଯେ ସେହି ସମୟର ଭିଡିଓ ଦେଲେ, ତଦନ୍ତ ସହଜ ହେବ । ଉପରୋକ୍ତ ମେଲ ଆଇଡିରେ ଭିଡିଓ ଦେବାକୁ ଅପିଲ କଲେ । puritragedy .inquiry@odisha . gov. in ଏହିଥିରେ ମେଲ କରିପାରିବେ । ଅନେକ ଲୋକ ଦଳାଚକଟା ସମୟର ଭିଡିଓ କରିଥିଲେ । ଯେଉଁମାନେ ତଥ୍ୟ ଦେବାକୁ ଚାହୁଁଛନ୍ତି ସେମାନେ ରାଜ୍ୟ ଅତିଥି ଭବନରେ ଭେଟି ଦେଇପାରିବେ । ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଦେଇପାରିବେ । ସେହି ସମୟର ଭିଡିଓ ତଦନ୍ତରେ ସହଯୋଗ ହେବ। ଅନେକ ଦିଗ ରହିଛି ତେଣୁ ତଦନ୍ତକୁ ନେଇ ଏବେଠୁ କହିହେବନି ।
ସୂଚନା ଥାଉକି ଗତ ରବିବାର ଦିନ ସକାଳେ ଶରଧାବାଲିରେ ମହାପ୍ରଭୁଙ୍କ ପହୁଡ଼ ଖୋଲିବା ପରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନେକ ଶ୍ରଦ୍ଧାଳୁ ମଧ୍ୟ ଆହତ ହୋଇଥିଲେ।ଘଟିଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର । ଉନ୍ନୟନ କମିଶନରଙ୍କ ନେତୃତ୍ବରେ ଏହି କମିଟିରେ ୪ ଜଣ ଓଏଏସ୍ ଅଧିକାରୀଙ୍କୁ ସାମିଲ କରାଯାଇଛି ।