ଭୁବନେଶ୍ୱର: ରାଜ୍ୟ ପ୍ରତିଷ୍ଠିତ ମହାବିଦ୍ୟାଳୟ ଅଧ୍ୟାପକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଡ୍ରାମା ବିଭାଗରୁ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ବିକ୍ଷୋଭ ବେଳେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଡ୍ରାମା ବିଭାଗର ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ନାଁରେ କାଷ୍ଟିଂ କାଉଚ୍ ଭଳି ଅଭିଯୋଗ ଆସିଛି । ଯାହାର ପ୍ରତିବାଦରେ ଆଜି ଶତାଧିକ ଛାତ୍ରଛାତ୍ରୀ ରାଜରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ ପୋଲିସ ମଧ୍ୟ ବିକ୍ଷୋଭ ସ୍ଥଳରେ ପହଁଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି କଲେଜ ପରିସର ଭିତରକୁ ନିଆଯାଇଛି । ସେପଟେ ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଦେଖାଯାଇଛି । ତାଙ୍କୁ ପୋଲିସ କର୍ମଚାରୀ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଇଛନ୍ତି ।
ତେବେ ଏ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇଛି ।