ଭଦ୍ରକ: ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ । ସକାଳୁ ସକାଳୁ ପୁଅ ମଦ ପିଇ ମାଙ୍କୁ ଜୀଅନ୍ତା ଜାଳି ଦେଇଛି । ଏଭଳକି ଏକ ନାରକୀୟ କାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ ଗ୍ରାମରେ । ପଡ଼ୋଶୀ ମହିଳାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରଛନ୍ତି । ଗୁରୁତର ମାଆ ହେଲେ ଜ୍ୟୋତ୍ସ୍ନାରାଣୀ ନାୟକ(୬୫)। ଅଭିଯୁକ୍ତ ପୁଅ ହେଲେ ଦେବାଶିଷ ନାୟକ (୪୫) ।
ଗ୍ରାମବାସୀ କହିବା ମୁତାବକ, ଦେବାଶିଷ ପ୍ରତିଦିନ ମଦ ପିଅନ୍ତି । ଗତକାଲି ନିଜ ସାନ ବାପାଙ୍କ ଘରୁ ରାତିରେ ଚୋରି କରୁଥିବାରୁ ମା ଜ୍ୟୋତ୍ସାରାଣୀ ଏବଂ ଦେବାଶିଷଙ୍କ ମଧ୍ୟରେ ପାଟିତୁଣ୍ଟ ହୋଇଥିଲା । ଆଜି ସକାଳେ ମଧ୍ୟ ସେ ମଦ ପିଇ ପୁଣି ଘରକୁ ଆସି ମାଙ୍କ ସହିତ ଝଗଡ଼ା କରିଥିଲା । ପ୍ରଥମେ ମାକୁ ନିସ୍ତୁକ ମାଡ଼ ମାରିଥିଲେ । ଏହି ମା ତଳେ ପଡ଼ିଯିବାରୁ ମଦ୍ୟପ ପୁଅ ମାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା । ମା ଯନ୍ତ୍ରଣା ଛଟପଟ ହେଉଥିବାବେଳେ ପୁଅ ଚମ୍ପଟ୍ ମାରିଥିଲା । ପଡ଼ୋଶୀ ମହିଳାଙ୍କ ଚିତ୍କାର ଶୁଣି ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡ଼ିକାଲରେ ଭର୍ତ୍ତି କରିଥିଲେ ।
ଜ୍ୟୋତ୍ସାରାଣୀଙ୍କ ଶରୀର ପ୍ରାୟ ୭୦ରୁ ୭୫ଭାଗ ପୋଡ଼ି ଯାଇଛି । ତେଣୁ ତାଙ୍କୁ ଗୁରୁତର ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ତିହିଡ଼ି ଥାନା ଅଧିକାରୀ ଗ୍ରାମରେ ପହଁଚି ଛାନଭିନ୍ କରୁଛନ୍ତି । ସେପଟେ ପୁଅକୁ ଖୋଜିବାକୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।