ଜଳେଶ୍ୱର : ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳକାୟ ସାର୍କ। ଯାହାର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ହୋଇଥିବା ବେଳେ ଓଜନ ପ୍ରାୟ ୫୦ କ୍ବିଣ୍ଟାଲରୁ ଅଧିକ ରହିଥିଲା। ତେବେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ନିକଟରେ ବିଶାଳ ସାର୍କ ଉଦ୍ଧାର ହୋଇଛି। ଲୋକଙ୍କ ମଧ୍ୟରେ ଏହି ବିଶାଳକାୟ ସାର୍କଟିକୁ ଦେଖିବାକୁ ଉତ୍ସାହ ଦେଖିବାକୁ ମିଳିଥିଲା।
ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଭୋଗରାଇ ବ୍ଲକ ସାହାବାଜିପୁର ଗାଁର ନନ୍ଦୁ ବେହେରାଙ୍କ ଭୁଟୁଭୁଟିରେ ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ। ଏହି ସମୟରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିଶାଳକାୟ ମାଛଟି ଜାଲରେ ଲାଗିଥିଲା। ପ୍ରାୟ ୧୦୦ରୁ ଅଧିକ ଲୋକ ମାଛଟିକୁ ଦଉଡିରେ ବାନ୍ଧି ଉପରକୁ ଆଣିଥିଲେ। ଏହାପରେ ଉକ୍ତ ସାର୍କ ମାଛକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥିଲା। ଏପରିକି ଅନେକ ଲୋକ ଏହାର ଫୋଟୋ ଉଠାଇ ସୋସିଆଲ ମିଡିଆରେ ମଧ୍ୟ ଛାଡିଥିଲେ।
ଅଧିକ ପଢ଼ନ୍ତୁ : ବିରୂପା ନଦୀରେ କାର ପସିବା ଘଟଣା: ମିଳିଲା ନିଖୋଜ ଯୁବକଙ୍କ ମୃତଦେହ