ଭୁବନେଶ୍ୱର: ଗୁରୁବାର ଗୃହରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ବିରୋଧୀ ଦଳ କଂଗ୍ରେସର ସଦସ୍ୟମାନେ ନାରାବାଜି କରିଛନ୍ତି । ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି ।
ଆଜି ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନର ସପ୍ତମ କାର୍ଯ୍ୟଥିଲା । ପାଞ୍ଚ ଦିନ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ଆଜି ମଧ୍ୟ ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତର ରଖୁଥିଲେ । କିନ୍ତୁ ଆରମ୍ଭରୁ ହିଁ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଛନ୍ତି । ଗତକାଲି ବେସରକାରୀ କାର୍ଯ୍ୟଦିବସ ଥିବାରୁ କଂଗ୍ରେସ ପକ୍ଷରୁ ଏକ ସଂକଳ୍ପ ପତ୍ର ଏବଂ ବିଧେୟକ ଆଗତ କରାଯାଇଥାଆନ୍ତା । କିନ୍ତୁ ବାଚସ୍ପତି ସଂକଳ୍ପ ପତ୍ର ଆଣିବାକୁ ଅନୁମତି ଦେଲେ ନାହିଁ । ଏହା ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । କଂଗ୍ରେସ ସଦସ୍ୟଙ୍କ ପ୍ରବଳ ନାରାବାଜି ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ପୂର୍ବାହ୍ନ ସାଢ଼େ ଏଗାରଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଗୃହ ୧୦ଟା ୩୦ରୁ ୧୦ଟା ୪୬ ମିନିଟ୍ ପର୍ଯ୍ୟନ୍ତ ଚାଲିପାରିଥିଲା ।
ଅନ୍ୟପକ୍ଷରେ ଆଜି ରାଜ୍ୟ ସରକାର ଆଗତ କରିଥିବା ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ବିଭାଗୱାରୀ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ।