ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ୨ରୁ ୩ ଡିଗ୍ରୀ ଖସୁଛି ପାରଦ। ଏଥିପାଇଁ ଅନେକ ସ୍ଥାନରେ ଅନୁଭୂତ ହେଉଛି ଶୀତ। ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପାରଦ ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ। ତେବେ ଆସନ୍ତା ଦୁଇଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଏଥିପାଇଁ ସମସ୍ତଙ୍କୁ ସୁରକ୍ଷିତ ଭାବ ଯାତାୟାତ କରିବା ପାଇଁ ପାଣିପାଗ ବିଭଗ ସୂଚନା ଦେଇଛି।
ରାଜ୍ୟରେ ସବୁଠାରୁ ଅଧିକ ରାତି ତାପମାତ୍ରା ଦାରିଙ୍ଗବାଡ଼ିରେ କମୁଛି। ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୧.୫ ଡିଗ୍ରୀ ଅନୁଭୂତ ହୋଇଛି। ଜି.ଉଦୟଗିରିରେ ୧୨.୪, ଝାରସୁଗୁଡ଼ାରେ ୧୩.୭, ବୌଦ୍ଧରେ ୧୩.୮, କେନ୍ଦୁଝର ଓ ଫୁଲବାଣୀରେ ୧୪, ରାଉରକେଲାରେ ୧୪.୫, ଢେଙ୍କାନାଳ ଓ ଅନୁଗୁଳରେ ୧୪.୬, ଝାରସୁଗୁଡ଼ାରେ ୧୩.୭, ଭଦ୍ରକରେ ୧୪, କଟକରେ ୧୫, ବଲାଙ୍ଗିରରେ ୧୫.୨, ସୁନ୍ଦରଗଡ଼ରେ ୧୫.୪, ନୂଆପଡ଼ା ଓ ନବରଙ୍ଗପୁରରେ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି। ଫୁଲବାଣୀରେ ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଏହାସହିତ ଏହି ସ୍ଥାନରେ ମଧ୍ୟ କୁହୁଡିର ସ୍ତର ଅଧିକ ରହିଛି।
ଅଧିକ ପଢନ୍ତୁ ; ଆଶା ହରାନ୍ତୁ ନାହିଁ, ଶିଖନ୍ତୁ, ଆପଣ ସୀମାହୀନ ସଫଳତା ହାସଲ କରିପାରିବେ – ଭିନ୍ନକ୍ଷମମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣା