ଭୁବନେଶ୍ୱର: ରାଜଧାନୀରେ ଚାଲିଥିଲା ବାଲ୍ୟ ବିବାହ। ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଅକ୍ସେସ୍ ଟୁ ଜଷ୍ଟିସ ପ୍ରକଳ୍ପ ର କର୍ମକର୍ତ୍ତାମାନେ ଏବଂ ଖଣ୍ଡଗିରି ପୁଲିସ୍ ଓ ବାଲ୍ୟ ବିବାହ ନିରୋଧ ଅଧିକାରୀ ସରକନ୍ତରା ଗାଁରେ ପହଞ୍ଚିଥିଲେ ଏବଂ ଖଣ୍ଡୁଆଳ ମନ୍ଦିରରେ ବହାଦଳପୂର୍ ଗାଁର ଜଣେ ୧୬ ବର୍ଷ ବୟସର ଝିଅକୁ ନୟାଗଡର ଜଣେ ଯୁବକ ସହିତ ବିବାହ କରାଯାଉଥିବାବେଳେ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟରେ ସୁଯୋଗ କ୍ରମେ ବର ଓ କନ୍ୟାଙ୍କୁ ସେମାନଙ୍କ ପରିବାର ଲୋକ ଅନ୍ୟତ୍ର ନେଇଯାଇଛନ୍ତି।
ସରକନ୍ତରା ଗ୍ରାମର ଖଣ୍ଡୁଆଳ ମନ୍ଦିରରେ ବହାଦଳପୂର ଗ୍ରାମର ଜଣେ ୧୬ ବର୍ଷ ବୟସର ଝିଅକୁ ନୟାଗଡର ଜଣେ ଯୁବକ ସହିତ ବିବାହ କରାଯାଉଥିଲା। ଏପରିକି ବିବାହ ପାଇଁ ଟେଣ୍ଡ ମଧ୍ୟ କରାଯାଇଥିଲା। ଭୋଜି ମଧ୍ୟ ସରିଥିଲା। ଖବର ପାଇ ପୁଲିସ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଅକ୍ସେସ୍ ଟୁ ଜଷ୍ଟିସ ପ୍ରକଳ୍ପର କର୍ମକର୍ତ୍ତା ଚଢାଉ କରିଥିଲେ। ଫଳରେ ବର ଓ କନ୍ୟାଙ୍କୁ ସେମାନଙ୍କ ପରିବାର ଲୋକ ଅନ୍ୟତ୍ର ଲୁଚାଇ ନେଇଯାଇଛନ୍ତି। ବର ଓ କନ୍ୟାଙ୍କୁ ଖୋଜିବା ପାଇଁ ପୋଲିସ ପଇଁତରା ମାରୁଛି।
ଅଧିକ ପଢନ୍ତୁ: ୫ ତାରିଖ ସକାଳ ୯ଟାରୁ ଟିକେଟ ବିକ୍ରି, କେହି ରାତିରୁ ଆସି ଧାଡିରେ ଠିଆ ହୋଇ ରହିପାରିବେନି : ଡିସିପି