ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ନୂତନ ପ୍ରଭାରୀଙ୍କୁ ନିଯୁକ୍ତି ମିଳିଛି । ଏଆଇସିସି ବରିଷ୍ଠ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନୂଆ ପ୍ରଭାରୀଭାବେ ନିଯୁକ୍ତ କରିଛି । ଏହା ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ ହେବ । ଲାଲଜୀ ଦେଶାଇ ଅଜୟ ଲଲ୍ଲୁଙ୍କ ସ୍ଥାନରେ ଲାଲଜୀ ଦେସାଙ୍କୁ ଦଳ ଏହି ଦାୟିତ୍ୱ ଦେଇଛି ।
ଲାଲଜୀ ଦେଶାଇ ବର୍ତ୍ତମାନ ଅଲ୍ ଇଣ୍ଡିଆ କଂଗ୍ରେସ ସେବା ଦଳର ରାଷ୍ଟ୍ରୀୟ ସଭାପତି (ମୁଖ୍ୟ ସଂଗଠକ) ଭାବରେ କାର୍ଯ୍ୟ କରୁଛନ୍ତି । ସେବା ଦଳ ହେଉଛି ଭାରତୀୟ ଜାତୀୟ କଂଗ୍ରେସର ଏକ ପ୍ରମୁଖ ତୃଣମୂଳ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲାଲଜୀଙ୍କ ନିଯୁକ୍ତିକୁ ଏକ ବଡ଼ ରଣନୀତି ଭାବରେ ବିବେଚନା କରାଯାଉଛି । ସେହିପରି ୨୦୨୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଲାଲଜୀ ଦେଶାଇ ରଣନୀତି ପ୍ରସ୍ତୁତ କରିବା ଏବଂ ଦଳକୁ ସଂଗଠିତ କରି ରଖିବାକୁ ଚେଷ୍ଟା କରିବେ ।
ତେବେ ଏଆଇସିସି ପକ୍ଷରୁ ତିନି ରାଜ୍ୟର ପ୍ରଭାରୀ ନିଯୁକ୍ତ କରାଯାଇଛି । ସଞ୍ଜୟ ଦତ୍ତ ହରିୟାଣା ଏବଂ ରାଜେନ୍ଦ୍ର ପାଲ୍ ଗୌତମଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ଭାବେ ନୂତନ ଦାୟିତ୍ୱ ମିଳିଛି ।