କଟକ: ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିହାରୀ କଏଦୀ ଫେରାର ହେବା ଘଟଣାରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଏତଲା ଦେଇଛନ୍ତି । ଜେଲ୍ ଡିଜି ସୁଶାନ୍ତ ନାଥ ଓ ଜେଲ୍ ଅଧିକ୍ଷକ ସୁଜିତ କୁମାର ରାଉଳଙ୍କ ନାଁରେ ଅନଲାଇନ ଅଭିଯୋଗ ଦାଖଲ କରିଛନ୍ତି । ଜେଲ୍ ଡିଜି ସୁଶାନ୍ତ ନାଥ ଅଧିକ୍ଷକଙ୍କୁ ସୁରକ୍ଷା ଦେବାରେ ସହଯୋଗ କରିଥିବା ସାଂସଦ ଏତଲା ଦେଇଛନ୍ତି ।
୨୦୨୫, ଅକ୍ଟୋବର ୨ରେ ଚୌଦ୍ୱାର ଜେଲରୁ ଦୁଇ ଜଣ ବିହାରୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ କଏଦୀ ଫେରାର ହୋଇଯାଇଥିଲେ । ଜେଲ୍ ଅଧିକ୍ଷକଙ୍କ ଏଥିରେ ସମ୍ପୃକ୍ତି ଥିବା ତତ୍କାଳୀନ ଜେଲର୍ ସନ୍ତୋଷିନୀ ଦାସ ହେରଫେର କରିଥିବା ଅଭିଯୋଗ କରିଥିଲେ । ଜେଲରଙ୍କ ଦସ୍ତଖତକୁ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ଜାଲିଆତି କରିଥିବା ସନ୍ତୋଷିନୀ ଚୌଦ୍ୱାର ଥାନାରେ ଏତଲା ଦେଇଥିଲେ ।
ଅପରପକ୍ଷେ ପୋଲିସ ଏହି ମାମଲାର ତଦନ୍ତ କରି ହାଇକୋର୍ଟରେ କେସ୍ ଡାଏରୀ ଦାଖଲ କରିସାରିଛି । ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଆଗୁଆ ଜାମିନ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ମଧ୍ୟ ପ୍ରଦାନ କରିଛନ୍ତି ।
ଫେରାର କଏଦୀ ମଧୁକାନ୍ତ ରାଣା ଓ ରାଜା ସାହାଣୀକୁ କମିଶନରେଟ୍ ପୋଲିସ ନିକଟରେ ରାଜ୍ୟ ବାହାରୁ ଧରିବାରେ ସଫଳ ହୋଇଛି । ଉଭୟ ଯାଜପୁର ପାଣିକୋଇଲି ଛକ ସ୍ଥିତ ପଣ୍ଡା ସୋରୁମ ଲୁଟ୍ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଟନ୍ତି ।
ଅଧିକ ପଢ଼ନ୍ତୁ:-