ଭୁବନେଶ୍ୱର: ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ। ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ନଦୀ ଜଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ବିଭାଗ ପକ୍ଷରୁ ନଦୀ ଜଳକୁ ୩ ମାସରେ ଥରେ ପରୀକ୍ଷା ହେଉଛି। ଆମେ କହିପାରିବା ନାହିଁ ସବୁ ସ୍ଥାନରେ ନଦୀ ଜଳ ଠିକ୍ ଅଛି। କଳ କାରଖାନାରୁ ବର୍ଯ୍ୟ ବସ୍ତୁ ଆସୁଛି। ନିରନ୍ତର ଭାବେ ନଦୀ ଜଳ ଚେକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ଅଧିକାରୀ ମାନେ ଭୁଲ୍ କଲେ ଗୋଟେ ମାସର ଦରମା ବନ୍ଦ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଓଡ଼ିଶାର ୧୬ଟି ସ୍ଥାନରେ ନଦୀ ଜଳ ବର୍ତ୍ତମାନ ପ୍ରଦୂଷିତ ହୋଇଛି। ପ୍ରଭାବିତ ସ୍ଥାନଗୁଡ଼ିକ ମଧ୍ୟରେ କଟକର କାଠଯୋଡି, ଭୁବନେଶ୍ୱରର ଦୟା ନଦୀ ଏବଂ ଗଙ୍ଗୁଆ ନାଳ, ଗୋପର ଭିଙ୍ଗାରାପୁର ନିକଟବର୍ତ୍ତୀ କୁଶଭଦ୍ରା, ରାଉରକେଲାର ବ୍ରାହ୍ମଣୀ ନଦୀ ଏବଂ ଗୁରାଡି ନାଳ ପ୍ରଦୂଷଣ ଥିବା ରିପୋର୍ଟ ହୋଇଛି। ଏହା ମୁଖ୍ୟତଃ ସହରାଞ୍ଚଳ ବର୍ଜ୍ୟଜଳ ନିଷ୍କାସନ, ନଦୀ ଜଳର ଅତ୍ୟଧିକ ବ୍ୟବହାର ଯୋଗୁଁ ପ୍ରଦୂଷିତ ହେଉଛି । ଏସବୁ ଅବବାହିକାରେ ଜଳ ପ୍ରଦୂଷଣ ରୋକିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି।
ଅଧିକ ପଢନ୍ତୁ: ବିଧାନସଭାରେ ଗୃହୀତ ହେଲା ଓଡ଼ିଶା ଜନ ବିଶ୍ୱାସ ବିଲ୍: ଏଣିକି ଛୋଟ ଅପରାଧ ପାଇଁ ଏବେ କେବଳ ଜରିମାନା, ଆଉ ଯିବାକୁ ପଡ଼ିବନି ଜେଲ୍