ଯାଜପୁର : ଯାଜପୁର ପୋଲିସକୁ ବଡ ସଫଳତା,ନଗଦ ୬ ଲକ୍ଷ ଟଙ୍କା,୨୩୦ ଗ୍ରାମ ସୁନା,୨କେଜି ୫୦୦ଗ୍ରାମ ରୂପା ଶହ ଅନେକ ମାରଣା ଅସ୍ତ୍ର ଜବତ। ୩୦ ରୁ ଉର୍ଦ୍ଧ କେସରେ ସମୃକ୍ତି ଥିବା ୧୪ ଡକାୟତ ଗିରଫ।
ଏନେଇ ପାଣିକୋଇଲି ପୋଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଏହି ଦୁର୍ଦ୍ଦାନ୍ତ ଡକାୟତ ମାନେ ଦୁଇଟି ଜିଲ୍ଲାରେ ଆତଙ୍କ ଖେଳାଇଥିଲେ l ବିଶେଷ ଭାବରେ ବିଳମ୍ବିତ ରାତିରେ ବିଭିନ୍ନ ଅଂଚଳରେ ଘରେ ପଶି ଡକାୟତ କରୁଥିଲେ ଏହି ଗ୍ୟାଙ୍ଗ l ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲଙ୍କ ନେତୃତ୍ୱରେ ନାଇଟ ସୁଇପର ନାମକ ଏକ ଯୋଜନା ପ୍ରସୂତ କରି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଜିଲ୍ଲାର ଧର୍ମଶାଳା,ବ୍ରହ୍ମବରଦା, କୁଆଖିଆ, ବାଲିଚନ୍ଦ୍ରପୁର ଓ ବଡ଼ଚଣା ଅଞ୍ଚଳରେ ଏହି ଟିମ ଦୀର୍ଘ ୫୦ ଦିନ ହେବ ଚଢ଼ାଉ କରୁଥିଲେ l ଏହି ଅପରେସନରେ ଯାଜପୁର ଜିଲ୍ଲାରୁ ୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ଜଣ ପୁରୀ ଅଂଚଳରୁ ଜଣେ ଓ କଟକ ଜିଲ୍ଲାରୁ ଦୁଇଜଣ ଦୁର୍ଦାନ୍ତ ଡକାୟତକୁ ଗିରଫ କରିଛି ଟିମ।