ରାଜ୍ୟ ପୋଲିସ ଏସଆଇ ନିଯୁକ୍ତିରେ ଜାଲିଆତି ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡନ ସୃଷ୍ଟିହୋଇଥିଲା। ସରକାରଙ୍କ ପକ୍ଷରୁ ଏସଆଇ ଜାଲିଆତିର ତଦନ୍ତର ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ପରେ ଏହାର ତଦନ୍ତର ଭାର ସିବିଆଇକୁ ଦିଆଗଲା। ତେବେ ତଦନ୍ତରୁ ଜଣାପଡିଛି ଯେ ଏସଆଇ ଜାଲିଆତିରେ ସିଲିକନ ସଂସ୍ଥାର ଭୂମିକା ରହିଛି। ଏହାପରେ ରାଜ୍ୟ ସରକାର ସିଲିକନ ଟେକ୍ ସହ ସମସ୍ତ ଚୁକ୍ତି ବାତିଲ କରିଥିବା ସୂଚନା ମିଳିଛି।
ସିବିଆଇ ତଦନ୍ତର ଭାର ହାତକୁ ନେବା ପରେ ଗୋଟିଏ ପରେ ଗୋଟିଏ ଅନିୟମିତତାର ସାମ୍ନା ବାହାରକୁ ଆସୁଛି। ସିଲିକନ ସଂସ୍ଥାର ମୁଖ୍ୟ ସୁରେଶ ନାୟକ ଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଅନିୟମିତତା ସାମ୍ନାକୁ ଆସିବା ପରେ ବ୍ଲାକଲିଷ୍ଟ କରିଛି ଆଇଟି ବିଭାଗ। ଏପଟେ SI ପରୀକ୍ଷା କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚ ସିଲିକନ ସଂସ୍ଥାର ମୁଖ୍ୟ ସୁରେଶ ନାୟକଙ୍କୁ ଗିରଫ କରିଥିଲା।
ଖବରମୁତାବକ, ପଞ୍ଚସଫ୍ଟ ଓ ସିଲିକନ୍ ଟେକ୍ ଏସଆଇ ଜାଲିଆତିରେ ସାମ୍ନାକୁ ଆସିଥିଲେ। ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିକୁ ନେପାଳ ସୀମାରୁ ଗିରଫ ପରେ କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଓପିଆରବି ପକ୍ଷରୁ ଏସଆଇ ପରୀକ୍ଷା ପାଇଁ ଆଇଟିଆଇ ଲିମିଟେଡ୍ କୁ ଦାୟିତ୍ଵ ଦେଇଥିଲା। ପରେ ଆଇଟିଆଇ ସିଲିକନ ସଂସ୍ଥାକୁ ଦାୟିତ୍ଵ ଦେଇଥିଲା ଓ ସିଲିକନ ସଂସ୍ଥା ପୁଣି ପଞ୍ଚସଫ୍ଟକୁ ସବ କଣ୍ଟ୍ରାକ୍ଟ ଦେଇଥିଲା।
ଅଧିକ ପଢନ୍ତୁ: ବିଧାନସଭାରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ; ଆସନ୍ତାକାଲି ବସିବ ବଡ଼ ବୈଠକ