ବଲାଙ୍ଗୀର: କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କୁ କାଉନସିଲର୍ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ମହମ୍ମଦ ଇମ୍ରାନ ଖାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି । ତେବେ ଉଭୟଙ୍କ ପକ୍ଷରୁ କଣ୍ଟାବାଞ୍ଜି ଜିଆରପି ଥାନାରେ ପରସ୍ପର ବିରୋଧରେ ଏତଲା ଦିଆଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବିଧାୟକ ଲକ୍ଷ୍ମଣ ବାଗ ଗତକାଲି ଟ୍ରେନ ଯିବାକୁ ଷ୍ଟେସନ ଯାଇଥିଲେ । ସେଠାରେ ଲିଙ୍କ୍ ଏକ୍ସପ୍ରେସରେ ବେଆଇନ ଭାବେ ଦାଦନ ଚାଲାଣ ହେଉଥିବା ସେ ଜାଣିବାକୁ ପାଇଥିଲେ । ଶ୍ରମିକମାନଙ୍କୁ ନେଇ କୁଆଡ଼େ ଯାଉଛ ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ଏହି ସମୟରେ କାଉନସିଲର ମହମ୍ମଦ ଇମ୍ରାନ ଖାନଙ୍କ ସହ ୬ରୁ ଅଧିକ ଲୋକ ସେଠାକୁ ଦୁର୍ବ୍ୟବହାର କରିଥିଲେ । ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । କାଉନସିଲର୍ ବିଧାୟକଙ୍କୁ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ହତ୍ୟା ଧମକ, ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଏବଂ ଦାଦନ ଚାଲାଣ ନେଇ ବିଧାୟକ ଏତଲା ଦେଇଛନ୍ତି ।
ସେପଟେ କାଉନସିଲର୍ ଇମ୍ରାନ ଖାନ ମଧ୍ୟ ହତ୍ୟା ଧମକ ଅଭିଯୋଗ ଆଣିଛନ୍ତି । ବିଧାୟକ ଗୁଳି କରି ମାରି ଦେବାକୁ ଧମକ ଦେଇଥିବା କାଉନସିଲର୍ ପରେ ପାଲଟା ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ- ନାଳରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର, ସମ୍ପତ୍ତି ପାଇଁ ହତ୍ୟା କରାଯାଇଥିବା ମାମୁଁଙ୍କ ଅଭିଯୋଗ