ପାରାଦୀପ: ଓଡ଼ିଶା ଓ ପଶ୍ଚିମବଙ୍ଗ ସମୁଦ୍ର ଉପକୂଳରେ ଦୁଇ ଦିନ ପାଇଁ ‘ସାଗର କବଚ-୨’ ସମରାଭ୍ୟାସ କରାଯାଉଛି । ଯେପରି ଆତଙ୍କବାଦୀମାନେ ଜଳପଥ ଦେଇ ଉପକୂଳ ଅଞ୍ଚଳକୁ ଆକ୍ରମଣ କରିନ ପାରିବେ ସେଥିପାଇଁ ସମରାଭ୍ୟାସ କରାଯାଉଛି । ସଶସ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ଉପକୂଳ ଅଞ୍ଚଳକୁ ହାଇଆଲର୍ଟରେ ରଖାଯାଇଛି । ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜଳପଥର ଏହି ସମରାଭ୍ୟାସରେ ମେରାଇନ ପୋଲିସ, ଇଣ୍ଡିଆନ କୋଷ୍ଟ ଗାର୍ଡ, ଭାରତୀୟ ନୌସେନା, ବନବିଭାଗ, ମତ୍ସ୍ୟବିଭାଗ, ଗୁଇନ୍ଦା ବିଭାଗ ସାମିଲ ହୋଇଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପୋଲିସ, ସିଆଇଏସଏଫ, ଜଙ୍ଗଲ ବିଭାଗ ସହିତ ବିଭିନ୍ନ ବିଭାଗର ସାହାଯ୍ୟରେ ପ୍ରହରା ଦେଉଛନ୍ତି । ଶତ୍ରୁମାନେ କିପରି ଜଳପଥ ଦେଇ ସ୍ଥଳଭାଗକୁ ପ୍ରବେଶ ନ କରିବେ । ସେଥିପାଇଁ ଏହି ମିଳିତ ସମରାଭ୍ୟାସ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ଟି ସଂସ୍ଥା ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଜଳପଥରେ ଆତଙ୍କବାଦୀ ଅନୁପ୍ରବେଶ ପ୍ରତିହତ କରିବା ଏହାର ପ୍ରମୁଖ ଲକ୍ଷ୍ୟ ।
ସମରାଭ୍ୟାସରେ ସୁରକ୍ଷା କର୍ମୀଙ୍କୁ ଟିମ ବ୍ଲୁ ଓ ରେଡ୍ ଟିମ୍ ଭାବେ ଭାବେ ଦୁଇଟି ଟିମ୍ ଗଠନ କରାଯାଇଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯାହା ମାଧ୍ୟମରେ ଛଦ୍ମବେଶୀ ଆତଙ୍କବାଦୀମାନେ ଉପକୂଳ ଅଞ୍ଚଳକୁ ପ୍ରବେଶ କରିବା ପାଇଁ ଭୟ କରିବେ । ଯଦି ଆତଙ୍କବାଦୀ ପ୍ରବେଶ କରିଛନ୍ତି ତେବେ ଖୁବ ସହଜରେ ସେମାନଙ୍କର ଯୋଜନାକୁ ପଣ୍ଡ ମଧ୍ୟ କରାଯାଇପାରିବ । ଜଳପଥ ଦେଇ ଅନେକ ଛଦ୍ମବେଶୀ ଆତଙ୍କବାଦୀ ଆକ୍ରମଣ କରିଥାନ୍ତି । ସେଥିପାଇଁ ଏହି ପ୍ରକାରର ନିଷ୍ପତ୍ତି ନିଆଯାଇଛି ।