ବାଲେଶ୍ୱର : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଫଳରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡିଛି। ଏପରିକି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଦିନକୁ ଦିନ ବର୍ଷାର ପରିମାଣ ବଢୁଛି। ଏଥିପାଇଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ମଥାନୀ ଠାରେ ସତର୍କ ସଙ୍କେତ ୬ ମିଟର ଥିବା ବେଳେ ବିପଦ ସଙ୍କେତ ୬.୫୦ ମିଟର ରହିଛି। ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଜଳକାରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ବନ୍ୟା ଆସିଲେ ବସ୍ତା ବ୍ଲକର ୧୦ଟି ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି ।
ତେବେ ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର,ମୋରଡ଼ା, ଶୁଳିଆପଦା,ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ତେବେ ଅନେକ ଗାଁ ମଧ୍ୟ ପାଣିଘେରରେ ରହିଛନ୍ତି। ଏପରିକି ବର୍ଷାକୁ ଦୃଷ୍ଟିରେ ରଖି ନିକଟସ୍ଥ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି। ତେବେ ବନ୍ୟା ଫଳରେ ଜାର ହଜାର ହେକ୍ଟର ଜମିରେ ଧାନ ତଳି ପଚି ନଷ୍ଟ ହୋଇଯାଇଛି। ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ କୂଳ। ତେବେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସମସ୍ତେ ବର୍ତ୍ତମାନ କଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି।