ଭୁବନେଶ୍ୱର: ଅସୁରକ୍ଷିତ ଶ୍ରୀମନ୍ଦିର । କେତେବେଳେ ଡ୍ରୋନ ଉଡୁଛି ତ ଆଉ କେତେବେଳେ ହିଡେନ କ୍ୟାମେରା ନେଇ ମନ୍ଦିର ଭିତରକୁ ଯାଉଛନ୍ତି ପର୍ଯ୍ୟଟକ । ଏହାରି ଭିତରେ ଶ୍ରୀମନ୍ଦିରରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି । ପୁରୀ ଶ୍ରୀମନ୍ଦିର ଭାଙ୍ଗିବାକୁ ଚେତାବନୀ ଦେଇଛନ୍ତି ଆତଙ୍କବାଦୀ । ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥ ଏବଂ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗରେ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଲେଖା ନଜର ଆସିଛି । ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା ।
ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀଙ୍କ ନାଁ ମଧ୍ୟ ଲେଖାଯାଇଛି । ତେବେ ଏହି ଲେଖା କାହିଁକି ଲେଖିଛି ତାହା ଜଣାପଡିିଛି । ସେପଟେ ଏପରି ଘଟଣା ଜଣାପଡିବା ପରେ ବଢିଛି ସୁରକ୍ଷା । ପୋଲିସ ପ୍ରଶାସନ ଆଲର୍ଟ ମୋଡରେ ରହିଛି । ପ୍ରକୃତ ସତ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।
ତେବେ କଡ଼ା ସୁରକ୍ଷା ବଳୟରେ ଶ୍ରୀମନ୍ଦିର ଥାଇ ବି ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସିବା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।