ରାୟଗଡ଼ା: ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ୱାସ୍ଥ୍ୟକର୍ମୀ । ରାୟଗଡ଼ା ମୁନିଗୁଡା ସିଏଚସି ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତଙ୍କୁ ଧରିଛି ଭିଜିଲାନ୍ସ। ଜନ୍ମ ପ୍ରମାଣପତ୍ର ଦେବା ଲାଗି ଜଣେ ଗରିବ ଚାଷୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି କୁଞ୍ଜବିହାରୀ । ଅଭିଯୁକ୍ତ କୁଞ୍ଜ ବିହାରୀ ରାଉତ ଜିଲ୍ଲାର ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ଏମଏଚଡବ୍ଲୁ-କମ-କ୍ଲାର୍କ ଭାବରେ କାର୍ଯ୍ୟ କରନ୍ତି।
ସୂଚନା ମୁତାବିକ ଜନ୍ମଗତ ପ୍ରମାଣପତ୍ର ଦେବା ପାଇଁ ସ୍ୱାସ୍ଥ୍ୟକର୍ମୀ ଜଣକ ୬ ହଜାର ଟଙ୍କା ମାଗିଥିଲେ । ତେବେ ପୂର୍ବରୁ ୩ ହଜାର ଟଙ୍କା ନେଇଥିଲେ। ଆଜି ଆଉ ୩ ହଜାର ଟଙ୍କା ନେବାବେଳେ ଧରିଥିଲା ଭିଜିଲାନ୍ସ । ପୂର୍ବରୁ ଏ ନେଇ ଚାଷୀ ଜଣଙ୍କ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଏବେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁଞ୍ଜ ବିହାରୀଙ୍କ ଲିଙ୍କରେ ଦୁଇଟି ସ୍ଥାନରେ ଏକାକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ ।