ବାଲେଶ୍ୱର: ବାଲିଆପାଳ ଥାନା ଅନ୍ତର୍ଗତ କଚୁଆପଡ଼ା ଗ୍ରାମରେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବାବେଳେ ପରିବାର ଲୋକେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଥାନା ଅଧିକାରୀ ସାଲଖାନ ମୁର୍ମୁ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ବସ୍ତା ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, କଚୁଆପଡା ଗ୍ରାମର ଶିବ କୁମାର ଜେନାଙ୍କ ପୁଅ ଉତ୍ତମ ଜେନାଙ୍କ ନାମରେ ବାଲିଆପାଳ ଥାନାରେ ଏକ ଅଭିଯୋଗ ହୋଇଛି । ଆଜି ସକାଳେ ଆଇଆଇସି ସାଲଖାନ ମୁର୍ମୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଉତ୍ତମଙ୍କୁ ଗିରଫ କରିବାକୁ ଯାଇଥିଲା । ସେହି ସମୟରେ ଶିବଙ୍କ ସ୍ତ୍ରୀ ଓ ପୁଅ ଆଇଆଇସିଙ୍କୁ ଆକ୍ରମଣ କରିଥିଲେ । ଆଇଆଇସିଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି । ଏହା ପରେ ଶିବଙ୍କ ଘର ଚାରିପଟେ ପୋଲିସ ଛାଉଣୀ କରାଯାଇଛି । ଘଟଣାସ୍ଥଳରେ ବସ୍ତା ଏସଡିପିଓ ସମର୍ଥ ବେହେରା ପହଞ୍ଚି ତଦନ୍ତ କରିଛନ୍ତି ।