ବାଲେଶ୍ୱର: ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ବାଲେଶ୍ୱର ଜିଲ୍ଲା ସିଂଲା ପୋଲିସ । ଡକାୟତି ଯୋଜନା ବେଳେ ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି ।
ଗତକାଲି ବିଳମ୍ବିତ ରାତିରେ ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାର ପୁଟୁରା ଛକ ନିକଟରେ ଡକାୟତମାନେ ଲୁଟ କରିବାକୁ ଉଦ୍ୟମ କରିଥିଲେ । ଖବର ପାଇଁ ସିଂଲା ଥାନା ପୋଲିସ ଚଢ଼ାଉ କରି ୩ ଜଣଙ୍କୁ କାବୁ କରିଥିଲା । ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ସହିତ ୧୦ ଟି ଅଫୁଟା ଗୁଳି, ଏକ କାର, କଟୁରୀ, ଶାବଳ, ଛୁରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ଜବତ ସାମଗ୍ରୀକୁ ଥାନାକୁ ଆଣି ତଦନ୍ତ ଜାରି ରଖାଯାଇଛି ଏବଂ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ବୋଲି ବସ୍ତା ଏସଡିପିଓ ସମର୍ଥ କୁମାର ସୂଚନା ଦେଇଛନ୍ତି ।