କେନ୍ଦ୍ରାପଡା: ସମ୍ପର୍କୀୟ ଦାଦାଙ୍କ ଶୁଦ୍ଧିକ୍ରୀୟା ବେଳେ ଚାଲିଗଲା ପୁତୁରାର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ସାନମଙ୍ଗ ଗାଁରେ । ଶୁଦ୍ଧିକ୍ରୀୟା ବେଳେ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ହେଉଛି ଆୟୁଷ୍ମାନ ଜେନା । ସେ ଗାଁର ଜଣେ ସମ୍ପର୍କୀୟ ଦାଦାଙ୍କ ଶୁଦ୍ଧିକ୍ରିୟା ପାଇଁ ନିଜ ପରିବାର ଲୋକଙ୍କ ସହ ଶୁଦ୍ଧି ହେବା ପାଇଁ ଯାଇଥିଲେ ।
ଦଶାହକ୍ରିୟା ସରିବା ପରେ ସାଙ୍ଗ ମାନଙ୍କ ସାଙ୍ଗରେ ପୋଖରୀରେ ଗାଧୋଉଥିବା ବେବେ ନାବାଳକଙ୍କ ଜଣଙ୍କ ବୁଢିଯାଇଥିଲେ । ବହୁ ଖୋଜାଖୋଜି କଲାପରେ ତାଙ୍କୁ ଉଦ୍ଧାର କରାଯାଇ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ନାବାଳକଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।