ଗଜପତି : ନକ୍ସଲ କାର୍ଯ୍ୟକଳାପ ମାମଲାରେ ଶିକ୍ଷକ ଗିରଫ। ଗିରଫ ଶିକ୍ଷକ ଜଣକ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଖଜୁରୀପଦା ପ୍ରାଥମିକ ବିଦ୍ୟାଳୟର ଏକ୍ସ କ୍ୟାଡ଼ର ଶିକ୍ଷକ ପ୍ରତାପ କୁମାର ନାୟକ। ନକ୍ସଲ ସଙ୍ଗଠନରେ ଶିକ୍ଷକଙ୍କ ସମ୍ପୃକ୍ତି ଥିବା ନେଇ ଅଡବା ପୋଲିସ ଗିରଫ କରିଛି। ପୂର୍ବରୁ ବିଭିନ୍ନ ନକ୍ସଲ ହିଂସାକାଣ୍ଡରେ ସାମିଲ୍ ଥିଲେ ପ୍ରତାପ ନାୟକ। ନକ୍ସଲ ହିଂସାକାଣ୍ଡରେ ଜଡ଼ିତ ଥିବା ନେଇ ୨୦୧୧ରେ ଅଡବା ଥାନା କେସ ନମ୍ବର ୧୩୫/୧୧ ରେ ମାମଲା ରହିଛି।
ସୂଚନା ଅନୁଯାୟୀ ଏତଦବ୍ୟତୀତ ଅଡବା, ମୋହନା, ରା ଉଦୟଗିରି ଥାନା ଅଧୀନରେ ଏଭଳି ଅନେକ ଶିକ୍ଷକଙ୍କ ନାମରେ ନକ୍ସଲ ସମ୍ପୃକ୍ତି ଓ ଗଞ୍ଜେଇ ଚାଲାଣ ମାମଲାରେ ମାମଲା ରହିଛି। ସେମାନଙ୍କୁ ତୁରନ୍ତ ଥାନାରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି । ଏ ନେଇ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପୋଲିସ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଯଦି ସେମାନେ ଆତ୍ମସମର୍ପଣ ନକରନ୍ତି ତେବେ ସେମାନେ ଯେଉଁଠାରେ ଥିଲେ ବି ସେମାନଙ୍କୁ ଗିରଫ କରାଯିବ ବୋଲି ଗଜପତି ଏସ୍ପି କହିଛନ୍ତି।