ଛତିଶଗଡ଼ର ଖଇରାଗଡ଼ (କେସିଜି) ଜିଲ୍ଲାରେ ମାଓ ବିରୋଧୀ ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି।ଅସ୍ତ୍ର ଛାଡିଲେ ୧୨ ଜଣ ମାଓବାଦୀ। ଏମଏମସି ଜୋନରେ ସକ୍ରିୟ ଥିବା ଜଣେ ପ୍ରମୁଖ କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ କେନ୍ଦ୍ରୀୟ କମିଟି ସଦସ୍ୟ (ସିସିଏମ୍) ରାମଧେର ମାଜ୍ଜି ତାଙ୍କ ୧୧ ଜଣ ସହଯୋଗୀଙ୍କ ସହିତ ଆଜି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କଠାରୁ ଏକେ-୪୭, ୩୦ କାର୍ବନ ରାଇଫଲ୍, ଆଇଏନଏସ ରାଇଫଲ୍, ଏବଂ ଏସଏଲଆର ସମେତ ମାରାତ୍ମକ ଜବତ କରାଯାଇଛି।
ରାମଧେର ମାଜ୍ଜି କୁଖ୍ୟାତ ନକ୍ସଲବାଦୀ ନେତା ହିଡମାର ଜଣେ ଘନିଷ୍ଠ ବିଶ୍ୱାସୀ ବୋଲି ଜଣାପଡିଛି। ରାମଧେର ଉପରେ କୋଟିଏ ଟଙ୍କାର ପୁରସ୍କାର ରାଶି ଥିଲା। ଆତ୍ମସମର୍ପଣ କରିଥିବା ୧୨ ଜଣ ମାଓ କ୍ୟାଡରଙ୍କ ମଧ୍ୟରେ ଅଛନ୍ତି ରାମଧେର ମାଜ୍ଜୀ, ତିନି ଜଣ ଡିଭିଜନାଲ୍ ଭାଇସ୍ କମାଣ୍ଡର ଏବଂ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ। ଆତ୍ମସମର୍ପଣ ପରେ ଏମଏମସି ଜୋନ୍ (ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼)କୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି ।
ହିଡମା ପରେ, ରାମଧେର ବସ୍ତରର ସବୁଠାରୁ ବଡ଼ ନାମ ଥିଲା
ରାମଧେରଙ୍କୁ କେବଳ MMC ଜୋନର କମାଣ୍ଡର ଭାବରେ ବିବେଚନା କରାଯାଉନଥିଲା, ବରଂ ତାଙ୍କର ତିନି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଥିଲା। ସେ ଅନେକ ବଡ଼ ଘଟଣାରେ ଜଡିତ ଥିବା ଜଣାପଡ଼ିଛି। ହିଡମାର ଏନକାଉଣ୍ଟର ପରେ, ଅଞ୍ଚଳରେ ତାଙ୍କର ପ୍ରଭାବ ବହୁତ ବୃଦ୍ଧି ପାଇଥିଲା।
ତେବେ ଆତ୍ମସମର୍ପଣ କରିବା ପରେ ପ୍ରଶାସନ କହିଛି ଯେ ନକ୍ସଲମାନେ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତଙ୍କୁ ସରକାରଙ୍କ ପୁନର୍ବାସ ଯୋଜନାର ଲାଭ ଯୋଗାଇ ଦିଆଯିବ। ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମାଓବାଦୀ ହେଲେ ରାମଦର ମଜଜୀ, ଚାନ୍ଦୁ ଉସେଣ୍ଡି, ଲଳିତା, ଜାନକୀ, ପ୍ରେମ, ରାମସିଂହ ଦାଦା, ସୁକେଶ ପୋଟମ୍, ଲକ୍ଷ୍ମୀ, ଶେଲା, ସାଗର, କବିତା ଓ ଯୋଗୀ।
ଅଧିକ ପଢନ୍ତୁ: ରାଜଗାଙ୍ଗପୁର ଛାତ୍ରୀ ପୋଡ଼ି ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ