ଯାଜପୁର: ଲାଞ୍ଚ ନେବା ପଡିଲା ମହଙ୍ଗା। ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ପୋଲିସ ବାବୁ। ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡେଡ ଧରିଲା ଭିଜିଲାନ୍ସ। ଯାଜପୁର ଟାଉନ ଥାନାର କାର୍ଯ୍ୟରତ ପୋଲିସ ASI ନନ୍ଦ କିଶୋର ଦାସଙ୍କୁ ଧରିଛି ଭିଜିଲାନ୍ସ। ଏକ ଜମିଜମା ବିବାଦର ସମାଧାନ ପାଇଁ ଲାଞ୍ଚ ମାଗିଥିଲେ। ଜମିଜମା ସପକ୍ଷରେ ରିପୋର୍ଟ ଦେବାକୁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ। ତେବେ ପୂର୍ବ ସୂଚନା ମୁତାବକ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଥିଲା। ଆଉ ବାବୁଙ୍କର ଏହି ଲାଞ୍ଚ ଲାଳସାକୁ ନେଇ ଖାକିରେ କଳଙ୍କି ଲାଗିଛି।
ଅଧିକ ପଢନ୍ତୁ: ୨୪ ଘଣ୍ଟା ପାଇଁ ମାଲକାନଗିରିରେ ବନ୍ଦ କରାଗଲା ଇଣ୍ଟରନେଟ୍ ସେବା