ନୂଆଦିଲ୍ଲୀ: ଆମେରିକାର ସାମରିକ ମିଶନ ଅପରେସନ ଏପିକ୍ ଫ୍ୟୁରିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଘଟିଛି। ଏହା ପରେ ଇରାନ ରକ୍ତମୁଖା ହୋଇ ସାଉଦି ଆରବ, ଦୁବାଇ, କୁଏତରେ ଥିବା ଆମେରିକା ସାମରିକ ଘାଟି ଉପରେ ହମଲା କରି ଚାଲିଛି। ଖାମେନିଙ୍କ ମୃତ୍ୟୁର ଦୁଇ ଦିନ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଜୀବନ ପ୍ରତି ଥିବା ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଖାମେନି ପୂର୍ବରୁ ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମୁଁ ତାଙ୍କୁ ଏହା ପୂର୍ବରୁ ହତ୍ୟା କରି ଦେଇଛି ବୋଲି ଟ୍ରମ୍ପ କହିଛନ୍ତି। ସେ ଦୁଇଥର ଚେଷ୍ଟା କରିଥିଲେ। ହେଲେ ମୁଁ ପ୍ରଥମେ ତାଙ୍କୁ ହତ୍ୟା କରିଦେଲି ବୋଲି ଟ୍ରମ୍ପ କହିଛନ୍ତି।
ABC ନ୍ୟୁଜ୍ ଅନୁଯାୟୀ, ଟ୍ରମ୍ପ ତାଙ୍କର ମନ୍ତବ୍ୟକୁ ଇରାନ ସହିତ ଜଡିତ ୨୦୨୪ ଷଡ଼ଯନ୍ତ୍ରର ଏକ ଆମେରିକୀୟ ଗୁଇନ୍ଦା ରିପୋର୍ଟ ସହିତ ଯୋଡିଛନ୍ତି। ପୂର୍ବରୁ ସେ ଏହା ମଧ୍ୟ କହିଥିଲେ, ଟ୍ରମ୍ପଙ୍କୁ ରୋକିବା ପାଇଁ ଇରାନ ୨୦୨୦ ଏବଂ ୨୦୨୪ ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ। ସୁରକ୍ଷା ମହଲରେ ଏବେ ପ୍ରଶ୍ନ ଉଠିଛି ଯେ, ଇରାନ, ବିଶେଷକରି ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ, ପୂର୍ବତନ କିମ୍ବା ବର୍ତ୍ତମାନର ଆମେରିକାର ରାଷ୍ଟ୍ରପତିଙ୍କୁ ସିଧାସଳଖ ଟାର୍ଗେଟ କରିବାର କ୍ଷମତା ରଖେ କି। ଏପରି ପଦକ୍ଷେପ ବାସ୍ତବରେ କେତେ ସମ୍ଭବ?
ଖାମେନିଙ୍କ ମୃତ୍ୟୁ ପରେ ଟ୍ରମ୍ପଙ୍କ ବକ୍ତବ୍ୟ
ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି କାର୍ଯ୍ୟକ୍ରମ ସମୟରେ, ସ୍ଥାନଗୁଡ଼ିକୁ ପୂର୍ବରୁ ଯାଞ୍ଚ କରାଯାଏ, ପରିଧି ସୁରକ୍ଷିତ ରଖାଯାଏ ଏବଂ ପ୍ରତିଟି ସ୍ତରରେ କାଉଣ୍ଟର-ଷ୍ଟ୍ରାଇକ୍ ଦଳ ପ୍ରସ୍ତୁତ ରଖାଯାଏ। ସ୍ଥଳ ଭାଗରେ କିମ୍ବା ଗୁପ୍ତ ଧମକ: ଐତିହାସିକ ଭାବରେ, ଆମେରିକୀୟ ରାଷ୍ଟ୍ରପତିଙ୍କ ପ୍ରତି ବିପଦ ପ୍ରାୟତଃ ବିଦେଶୀ ଶକ୍ତି ଦ୍ୱାରା ଖୋଲା ଆକ୍ରମଣ ବଦଳରେ ବ୍ୟକ୍ତିବିଶେଷଙ୍କଠାରୁ ଆସିଥାଏ। କୌଣସି ବିଦେଶୀ ଶକ୍ତି ସିଧାସଳଖ ଆମେରିକା ରାଷ୍ଟ୍ରପତିଙ୍କୁ ଟାର୍ଗେଟ୍ କରିବା ସହଜ ନୁହେଁ।