ନୂଆଦିଲ୍ଲୀ: ଯୁ୍ଦ୍ଧର ବିଭୀଷିକାରେ ମଧ୍ୟପ୍ରାଚ୍ୟ । ମିସାଇଲ ମାଡ, ଡ୍ରୋନ ଆଟାକ୍ ସହ ସାଇରନରେ କମ୍ପି ଉଠୁଛି ମଧ୍ୟ ପ୍ରାଚ୍ୟର ଅନେକ ଦେଶ । ଏହି କ୍ରମରେ ସାଉଦି ଆରବର ଆରାମକୋର ରାସ ତନୁରା ରିଫାଇନରୀ ଉପରେ ଡ୍ରୋନ ହମଲା କରିଛି ଇରାନ । ରିଫାଇନାରୀର କିଛି ଭାଗରେ ନିଆଁ ଲାଗିବା ପରେ ତୁରନ୍ତ ଏହାକୁ ବନ୍ଦ କରି ଦିଆଯାଇଛି । ଏହି ହମଲାରେ ନିଆଁ ଅଳ୍ପ ଜାଗାକୁ ବ୍ୟାପିଛି, ଯାହାକୁ କିଛି ସମୟ ଭିତରେ ନିୟନ୍ତ୍ରଣ କରାଯାଇଛି । ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଘଟିନାହିଁ ।
ଇରାନ ପକ୍ଷରୁ କରାଯାଇଥିବା ଡ୍ରୋନ ହମଲାକୁ ନେଇ ଅଲଗା ଅଲଗା ଖବର ସାମ୍ନାକୁ ଆସୁଛି । କୁହାଯାଉଛି ବ୍ୟାପକ ମାତ୍ରାରେ ନିଆଁ ଲାଗିନାହିଁ । ଏହି ଘଟଣାରେ ଅଧିକ କ୍ଷୟକ୍ଷତି ଘଟିନାହିଁ । ରାସ୍ ତନୁରାକୁ ସାଉଦି ଆରବର ଏକ ପ୍ରମୁଖ ତୈଳ ରପ୍ତାନି କେନ୍ଦ୍ର ଭାବରେ ବିବେଚନା କରାଯାଏ, ଯାହା ସମଗ୍ର ବିଶ୍ୱକୁ ତେଲ ଯୋଗାଣ କରେ। ଆକ୍ରମଣ ପରେ ସାଉଦି ଆରବ ଏ ପର୍ଯ୍ୟନ୍ତ କୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହି ଆକ୍ରମଣର ପ୍ରତି ସାଉଦି ଆରବ କିପରି ପ୍ରତିକ୍ରିୟା ଦିଏ ତାହା ଦେଖିବା ବାକି ରହିଲା।
ମଧ୍ୟପ୍ରାଚ୍ୟ ପୂର୍ବରୁ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହା ବ୍ୟତୀତ, ବିଶ୍ୱର ୨୦ ପ୍ରତିଶତ ତୈଳ ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବାରୁ ସାରା ବିଶ୍ୱର ବଜାରଗୁଡ଼ିକ ଏହା ଉପରେ ନଜର ରଖିଛନ୍ତି। ଯଦି ଭବିଷ୍ୟତରେ ରିଫାଇନାରୀ କିମ୍ବା ତୈଳ ଟର୍ମିନାଲ ଉପରେ ଏପରି ଆକ୍ରମଣ ହୁଏ, ତେବେ ଏହା ବିଶ୍ୱବ୍ୟାପୀ ତୈଳ ସଙ୍କଟ ସୃଷ୍ଟି କରିପାରେ।
Also read: ଆମେରିକା ଓ ଇରାନ ଯୁଦ୍ଧ ମଧ୍ୟରେ ଭାରତରେ ଆଲର୍ଟ, ହିଂସା ଆଶଙ୍କା ପାଇଁ ସୁରକ୍ଷା କଡାକଡି