ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତରେ ନିଷ୍ପତ୍ତି ଦେଉଥିବା ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କ୍ରିକେଟର ଉଦାହରଣ ଦେଇଛନ୍ତି । ଏହି ସମୟରେ ସେ ଭାରତୀୟ ଟି-୨୦ କ୍ରିକେଟ୍ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନାଁ ନେଇଛନ୍ତି । ଏହା ସହିତ ଆଇନ ଛାତ୍ରଙ୍କୁ କହିଛନ୍ତି ଯେ, କୌଣସି ଗୋଟିଏ କ୍ଷେତ୍ରରେ ମାହିର ହେବା କେତେ ଜରୁରୀ । ଯେମିତି କ୍ରିକେଟ୍ ଖେଳାଳି ସମସ୍ତ ଭୂମିକା ନିଭାଇ ପାରିବେ ନାହିଁ । ଠିକ୍ ସେହିପରି ଜଣେ ଓକିଲ ଏହି ପେଶାରେ ପ୍ରତିଟି କ୍ଷେତ୍ରରେ ମାହିର ହୋଇ ପାରିବ ନାହିଁ ।
ଫେବୃଆରୀ ୨୮ରେ ଗୁଜରାଟର ଗାନ୍ଧିନଗର ସ୍ଥିତ ଗୁଜରାଟ ନ୍ୟାସନାଲ ଲ ୟୁନିଭର୍ସିଟିର ୧୬ତମ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ ସିଜେଆଇ । ସେ କହିଛନ୍ତି, ଏକ ସଫଳ ଟିମ ସେବେ ଗଠନ ହୁଏ ଯେବେ ସବୁ ଭୂମିକା ସ୍ପଷ୍ଟ ହୁଏ । ପ୍ରତିଟି ବ୍ୟକ୍ତିଙ୍କୁ ନିଜର ଶକ୍ତି ଓ ସାମର୍ଥ୍ୟ ବିଷୟରେ ଜାଣିବା ଉଚିତ୍ ।
ସେ କହିଛନ୍ତି କେହି ମଧ୍ୟ ଆଶା କରିବେ ନାହିଁ ଯେ, ସୂର୍ଯ୍ୟକୁମାର ଯାଦବ ଡେଥ ଓଭରରେ ବୋଲିଂ କରିବେ । ସେହି ପରି କେହି ମଧ୍ୟ ଆଶା କରେିବେ ନାହିଁ ଯେ, ବୁମରା ବ୍ୟାଟିଂ କରି ରନ ଚେଜ୍ କରିବେ । ତେଣୁ ଓକିଲଙ୍କୁ ମଧ୍ୟ ଧିରେ ଧିରେ ନିଜ କ୍ଷେତ୍ର ଏବଂ ସାମର୍ଥ୍ୟ ବିଷୟରେ ଜାଣିବା ଉଚିତ୍ । ଯେଉଁ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଦେଇ ପାରିବେ ସେହି କ୍ଷେତ୍ରକୁ ଚିହ୍ନଟ କରିବା ଉଚିତ୍ ।
Also read: ଆମେରିକା ଓ ଇରାନ ଯୁଦ୍ଧ ମଧ୍ୟରେ ଭାରତରେ ଆଲର୍ଟ, ହିଂସା ଆଶଙ୍କା ପାଇଁ ସୁରକ୍ଷା କଡାକଡି