ଭୁବନେଶ୍ୱର: ଗୋଆ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ତତ୍ପରତା। ଏଣିକି ସମସ୍ତ କ୍ଲବ, ବାର, ଡ୍ୟାନ୍ସ ପବ୍ ଓ ରେଷ୍ଟୁରାଣ୍ଟରେ କଡ଼ାକଡ଼ି ହେବ ଚେକିଂ। ଏ ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଅଗ୍ନି ନିରାପତ୍ତା ନେଇ ହେବ କଡାକଡି ଯାଞ୍ଚ କରାଯିବ। ଆସନ୍ତା ୧୦ ଦିନ ଭିତରେ ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏପରିକି ୧୦୦ଜଣ କ୍ଷମତା ବିଶିଷ୍ଟ ରେସ୍ତୋରାଁ ମଧ୍ୟ ଚେକିଂ କରିବାକୁ ଅଗ୍ନିଶମ ଡିଜ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ଥିବା ବିଭିନ୍ନ ରେଷ୍ଟୁରାଣ୍ଟ ଯେଉଁଠି ୧୦୦ରୁ ଅଧିକ ଲୋକ ଏକାଠି ବସି ଭୋଜନ କରିପାରିବାର କ୍ଷମତା ରହିଛି ସେସବୁ ସ୍ଥାନରେ ବି ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଛି। ଅଗ୍ନିକାଣ୍ଡ ଦୁର୍ଘଟଣା ଜନିତ ମୃତାହତଙ୍କୁ ରୋକିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନି ନିରାପତ୍ତା ସାର୍ଟିଫିକେଟ ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯିବ। ବିଲ୍ଡିଂ ଆପ୍ରୁଭାଲ ସହ ନିରାପତ୍ତା ସାର୍ଟିଫିକେଟ ନବୀକରଣ ନେଇ ଯାଞ୍ଚ କରିବ ଅଗ୍ନିଶମ ବିଭାଗ।
ନର୍ଥ ଗୋଆରେ ବର୍ଚ ବାଇ ରୋମିଓ ଲେନ୍ ଦ୍ୱାରା ଗୋଆର ଏକ ନାଇଟ କ୍ଲବରେ ଶନିବାର ମଧ୍ୟରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୬ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେଣୁ ଏଭଳି ସ୍ଥିତିରେ କୌଣସି ଅଘଟଣ ଘଟିବା ପୂର୍ବରୁ ଆକ୍ସନ ମୋଡ଼କୁ ଆସିଛି ଓଡିଶା ଅଗ୍ନିଶମ ବିଭାଗ।
ଅଧିକ ପଢନ୍ତୁ: ଗୋଆ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ: କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ