ପାଣାଜି: ଗୋଆ କ୍ଲବ ଦୁର୍ଘଟଣା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୋଆ ଅଗ୍ନିକାଣ୍ଡର ଅଭିଯୁକ୍ତମାନେ ଥାଇଲ୍ୟାଣ୍ଡ ପଳାଇବାରେ ସଫଳ ହୋଇଛନ୍ତି। ଗୋଆ ପୋଲିସ ଏବେ ସିବିଆଇ ମାଧ୍ୟମରେ ଇଣ୍ଟରପୋଲର ସହାୟତା ଲୋଡ଼ିଛି। ଘଟଣା ଘଟିବା ଦିନ ହିଁ ଅଭିଯୁକ୍ତମାନେ ମୁମ୍ବାଇରୁ ଥାଇଲ୍ୟାଣ୍ଡର ଫୁକେତକୁ ଏକ ବିମାନରେ ଚଢ଼ି ଭାରତରୁ ପଳାୟନ କରିଥିଲେ। ଗୋଆ ଡିଜିପି ଆଲୋକ କୁମାରଙ୍କ ଅନୁଯାୟୀ, ଏହି ବର୍ତ୍ତମାନ ଖବର ସାମ୍ନାକୁ ଆସିଛି।
ଇମିଗ୍ରେସନ ବ୍ୟୁରୋ ରିପୋର୍ଟ ଅନୁଯାୟୀ, ଅଗ୍ନିକାଣ୍ଡ ପରେ ଡିସେମ୍ବର ୭ ତାରିଖ ସକାଳ ୫ଟା ୩୦ରେ ଦୁଇ ମାଲିକ ଫ୍ଲାଇଟ 6E 1073 ରେ ଫୁକେତ (ଥାଇଲାଣ୍ଡ) ଫେରାର ହୋଇଛନ୍ତି। ଗୋଆ ପୋଲିସ ରେଷ୍ଟୁରାଣ୍ଟ ମାଲିକ ଗୌରବ ଏବଂ ସୌରଭ ଲୁଥ୍ରାଙ୍କ ଦିଲ୍ଲୀ ଘରକୁ ଟିମ୍ ପଠାଇଥିଲେ। କିନ୍ତୁ ସେଠାରେ ଉଭୟ ମିଳି ନ ଥିଲେ।
ଗୋଆ ପୋଲିସ ଦୁଇ ଅଭିଯୁକ୍ତ ମାଲିକଙ୍କ ଗରେ ଏକ ନୋଟିସ୍ ଲଗାଇଛି। ଡିସେମ୍ବର ୭ ଗୋଆ ପୋଲିସର ଅନୁରୋଧରେ ଉଭୟଙ୍କ ବିରୁଦ୍ଧରେ ଏଲଓସି ଜାରି କରାଯାଇଥିଲା, ଯଦ୍ଵାରା ଉଭୟ ଦେଶରୁ ଫେରାର ହୋଇ ପାରିବେ ନାହିଁ। କିନ୍ତୁ ଉଭୟ ଫେରାର୍ ହେବାରେ ସଫଳ ହୋଇଛନ୍ତି।
ଗୋଆ ପୋଲିସ ସିବିଆଇ ସହାୟତାରେ ଇଣ୍ଟରପୋଲ ମାଧ୍ୟମରେ ସେମାନଙ୍କ ସ୍ଥାନ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଆଜି ଗୋଆ ପୋଲିସ ମାଲିକର ଜଣେ ପରିଚାଳକ ଭାରତ କୋହଲିଙ୍କୁ ଦିଲ୍ଲୀରୁ ଗିରଫ କରିଛି। ଅନ୍ୟପଟେ ପୋଷ୍ଟମର୍ଟମ କରିବା ପରେ, ମୃତକଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
ସାମଗ୍ରିକ ଭାବରେ, ଦୁଇ ଅଭିଯୁକ୍ତଙ୍କୁ ବିଦେଶରୁ ଭାରତ ଫେରାଇ ଆଣିବା ଆଉ ସହଜ ହେବ ନାହିଁ। ଏହି ମାମଲା ସହିତ ଜଡିତ ଆଇନଗତ ପ୍ରକ୍ରିୟା ଅତ୍ୟନ୍ତ ଲମ୍ବା ହୋଇପାରେ। ତଥାପି ସିବିଆଇ ସହାୟତାରେ, ଇଣ୍ଟରପୋଲ୍ ମାଧ୍ୟମରେ ସେମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।
Also read: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ASI; ଜମିଜମା ବିବାଦର ବିବାଦର ସମାଧାନ ପାଇଁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ