କଟକ: ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭାରେ ଆଜି ଆଲୋଚନା ହେଉଛି । ଏଥିରେ ସାମିଲ୍ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ମାତରମ ପ୍ରତି କଂଗ୍ରେସ ଅନାଦର କରିଥିବା କହିଛନ୍ତି । ସେ କହିଛନ୍ତି କଂଗ୍ରେସ ମୁସଲିମ ଲିଗ୍ ସାମ୍ନାରେ ମୁଣ୍ଡ ନୁଆଁଇ ଦେଲା ଏବଂ ବନ୍ଦେ ମାତରମକୁ ଦୁଇ ଖଣ୍ଡ କରିଦେଲା । ଏସବୁ କେବଳ ତୃଷ୍ଟୀକରଣ ପାଇଁ କରାଗଲା । ଆଜି ମଧ୍ୟ କଂଗ୍ରେସ ସେହି ନୀତିରେ ଚାଲୁଛି । ସେମାନଙ୍କର ସାଥୀ ମଧ୍ୟ ବନ୍ଦେ ମାତରମ ଉପରେ ବିବାଦ ସୃଷ୍ଟି କରିବାକୁ ଚାହାନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୧୯୦୫ରେ ମହାତ୍ମା ଗାନ୍ଧୀ ବନ୍ଦେ ମାତରମକୁ ଜାତୀୟ ସଙ୍ଗୀତ ଭାବେ ଦେଖୁଥିଲେ । ବନ୍ଦେ ମାତରମ ସଭିଙ୍କ ପାଇଁ ବଡ ତାକତ ଥିଲା । ଏହାର ଭାବନା ଏତେ ମହାନ ଥିବା ପରେ ବି ଏହା ସହିତ ଏତେ ବଡ ଅନ୍ୟାୟ କେମିତି ହେଲା । ବନ୍ଦେ ମାତରମ ସହ ବିଶ୍ୱାସଘାତ କାହିଁକି ହେଲା ? ଏହା କେଉଁ ଶକ୍ତି ଥିଲା ଯାହାର ଇଚ୍ଛା ବାପୁଙ୍କ ଭାବନା ଉପରେ ମଧ୍ୟ ଭରି ପଡିଥିଲା । ଯିଏ ବନ୍ଦେ ମାତରମ ପରି ପବିତ୍ର ଭାବନାକୁ ବିବାଦକୁ ଟାଣି ନେଲେ । ମୁଁ ବୁଝି ପାରୁଛି ଆଜି ଆମେ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୃହରେ ଆଲୋଚନା କରୁଛନ୍ତି । ସେହି ସମୟରେ କଣ ଘଟିଥିଲା ନୂଆ ପିଢିକୁ ଜଣାଇବା ମଧ୍ୟ ଆମର ଦାୟିତ୍ୱ ବୋଲି ପିଏମ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବନ୍ଦେ ମାତରମ ସହିତ ମୁସଲିମ ଲିଗର ରାଜନୀତି ଜୋର ଧରିଥିଲା । ୧୯୩୭ ଅକ୍ଟୋବର ୧୫ରେ ଲଖନଉରୁ ବନ୍ଦେ ମାତରମ ପ୍ରତି ବିରୋଧର ସ୍ୱର ଉଠିଥିଲା । ସେହି ସମୟରେ କଂଗ୍ରେସର ତତ୍କାଳୀନ ସଭାପତି ପଣ୍ଡିତ ନେହେରୁଙ୍କ ସିଂହାସନ ଦୋହଲିଥିଲା । କିନ୍ତୁ ନେହେରୁ ମୁସଲିମ ଲିଗ ବୟାନର ନିନ୍ଦା କରିବା ପରିବର୍ତ୍ତେ ଏବଂ ଏହା ପ୍ରତି ପାର୍ଟିର ନିଷ୍ଠା ଦେଖାଇବା ପରିବର୍ତ୍ତେ ଓଲଟା କଲେ ।
Also read: ସିଦ୍ଧରମୈୟା-ଶିବକୁମାରଙ୍କ ଆପୋଷ ସମାଧାନ କରିପାରିଲେ ନାହିଁ ସୋନିଆ ଗାନ୍ଧୀ!