କଟକ : ହୁତୁହୁତୁ ହୋଇ ଜଳିଲା ପଲିଥିନ କାରଖାନା। ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ପଲିଥିନ ଏବଂ ମେସିନ। କଟକ ଜଗତପୁର ଗୁଜରପୁର ଅଞ୍ଚଳରେ ଘଟିଛି ଏହି ଅଗ୍ନିକାଣ୍ଡ। ଖବରପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, କଟକ ଜଗତପୁର ଗୁଜରପୁର ଅଞ୍ଚଳର ଏକ ପଲିଥିନ କାରଖାନା କାମ ଚାଲିଥିଲା। ସେହି ସମୟରେ ହଠାତ କାରଖାନା ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଅଗ୍ନିକାଣ୍ଡରେ କାରଖାନାରେ ଥିବା ସମସ୍ତ ପଲିଥିନ ଏବଂ ମେସିନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ତେଣୁ ତୁରନ୍ତ ପଲିଥିନ କାରଖାନାରେ କାର୍ଯ୍ୟରତ କର୍ମଚାରୀମାନେ ଦମକଳାବାହିନୀକୁ ଖବର ଦେଇଥିଲେ। ଖବରପାଇ ଦମକଳାବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ କାହାରି କୌଣସି କ୍ଷତି ହୋଇନଥିବା ସୂଚନା ରହିଛି।
ଅଧିକ ପଢନ୍ତୁ : କ୍ରିକେଟ ବ୍ୟାଟ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ