ସମ୍ବଲପୁର: ଯେଉଁ ମାଆ ଜନ୍ମଦାତ୍ରୀ ଥିଲା ସେହି ମାଆ ଶେଷରେ ହତ୍ୟାକାରୀ ପାଲଟିଛି । ନିଜର ଦୁଇ ଛୁଆଙ୍କୁ କୂଅରେ ପିଙ୍ଗି ଦେଇଛି ମାଆ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତ ଅନ୍ତର୍ଗତ ସର୍ଗିଡିହି ଗ୍ରାମରେ । ଦୁଇ ମୃତ ଶିଶୁ ହେଲେ ଜେମେସ ମାଡ଼କି ଓ ସଞ୍ଜୁ ମାଡ଼କିଙ୍କ ୨ କନ୍ୟା ସୂହାନା ମାଡ଼କି, ଯାହାର ବୟସ ୬ ବର୍ଷ ଓ ଅନ୍ୟ ଶିଶୁ କନ୍ୟା ଟି ମାତ୍ର ଚାରି ମାସର , ଯାହାର ଏପର୍ୟ୍ୟନ୍ତ ନାମକରଣ ମଧ୍ୟ ହୋଇନଥିବା ଜଣାପଡ଼ିଛି ।
ନିଜ ଜନ୍ମ କଲା ୨ ଶିଶୁ କନ୍ୟା ଙ୍କୁ ହତ୍ୟା କଲା ମାଁ କ୍ଷ ଶିଶୁ ମାନଙ୍କୁ କୁଅରେ ପକାଇ ଜୀବନ ନେବା ପରେ ମାଁ ଘଟଣା ସ୍ଥଳରୁ ଫେରାର ମାରିଥିବା ସୂଚନା ରହିଛି କ୍ଷ ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତ ଅନ୍ତର୍ଗତ ସର୍ଗିଡିହି ଗ୍ରାମରେ କ୍ଷ
ସର୍ଗିଡ଼ିହି ଗ୍ରାମର ଜେମେସ ମାଡ଼କି ଓ ସଞ୍ଜୁ ମାଡ଼କିଙ୍କର ୨ଟି କନ୍ୟା ସନ୍ତାନ ଥିଲେ । ଗତକାଲି ସନ୍ଧ୍ୟାରେ ସଞ୍ଜୁ ୨ ଶିଶୁ କନ୍ୟାଙ୍କୁ ନେଇ କେଉଁ ଆଡ଼କୁ ଚାଲି ଯାଇଥିଲେ କ୍ଷ କିଛି ସମୟ ପରେ ସେ ଘରକୁ ଏକୁଟିଆ ଫେରିବାରୁ ଝିଅ ଦୁଇ ଜଣ କୁଆଡ଼େ ଗଲେ ବୋଲି ଜେମେସ ପଚାରିଥିଲେ କ୍ଷ ସଞ୍ଜୁ ଶିଶୁମାନଙ୍କୁ ଘର ପାଖ ଚାଷ ଜମିରେ ଥିବା କୂଅରେ ପକାଇ ଦେଇଥିବା କହି ସେଠାରୁ ଦୌଡ଼ି ଚାଲି ଯାଇଥିଲେ କ୍ଷ
ସଞ୍ଜୁଙ୍କଠାରୁ ଜେମେସ ଏକଥା ଶୁଣି ତୁରନ୍ତ କୂଅ ନିକଟକୁ ଧାଇଁଥିଲେ । ଗ୍ରାମବାସୀଙ୍କ ସହାୟତାରେ ଉଭୟ ଶିଶୁଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ କ୍ଷ
ଏନେଇ ସୂଚନା ପାଇବା ପରେ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ କ୍ଷ ଘଟଣା ପରଠାରୁ ଅଭିଯୁକ୍ତ ମାଆ ଫେରାର ରହିଛି । ସେ ସାମାନ୍ୟ ମାନସିକ ବିକୃତ ଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି କ୍ଷ ତଥାପି ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ।