ଭୁବନେଶ୍ବର: ରଶ୍ମିରଞ୍ଜନ ସ୍ବାଇଁ ହେଲେ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ବା OUSSSCର ଅଧ୍ୟକ୍ଷ। ଶୁକ୍ରବାର ରାଜ୍ୟ ସରକାର ଜମ୍ମୁ ଓ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ସ୍ୱାଇଁଙ୍କୁ OUSSSC ଅଧ୍ୟକ୍ଷ ଭାବରେ ତାଙ୍କୁ ନିଯୁକ୍ତ କରିଛନ୍ତି। ଏହା ସହ ସେ ହୋଉଛନ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ।
ସୂଚନା ଅନୁଯାୟୀ, ଗତ ବର୍ଷ ନଭେମ୍ବରରେ ରାଜ୍ୟ ସରକାର ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। ଏହା ଦ୍ବାରା ୟୁନିଫର୍ମ ସେବା ଯୋଗାଉଥିବା ଅଧିକାରୀଙ୍କ ନିଯୁକ୍ତି ଏହି ଆୟୋଗ କରିବ। ଏଥିରେ ଜଣେ ଅଧକ୍ଷ, ଦୁଇ ଜଣ ସଦସ୍ୟ ରହିବା ନେଇ ନିର୍ଦ୍ଧାରିତ ହୋଇଥିଲା। ମୁଖ୍ୟତଃ ପୋଲିସ, ବନ ବିଭାଗ, ଅବକାରୀ ବିଭାଗରେ ଏହି ଆୟୋଗ ନିଯୁକ୍ତି କରିବ ।
ରଶ୍ମିରଞ୍ଜନ ସ୍ବାଇଁ ହେଉଛନ୍ତି ୧୯୯୧ ବ୍ୟାଚ AGMUT କ୍ୟାଡର IPS ଅଫିସର। ୨୦୨୩ ଅକ୍ଟୋବର ୩୧ରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଅବସର ନେଇଥିଲେ। ଏହାପୂର୍ବରୁ ମଧ୍ୟ ସେ ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ରାଜଧାନୀ ଜମ୍ମୁ ଏବଂ ଶ୍ରୀନଗରରେ SSP ଭାବରେ କାର୍ଯ୍ୟ କରିଥିଲେ। ସେ ଲେହ, ପୁଞ୍ଚ ଏବଂ ରାମବାନର SSP ପଦବୀ ମଧ୍ୟ ଗ୍ରହଣ କରିଛନ୍ତି। ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ J&K ଭିଜିଲାନ୍ସରେ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ ଭାବରେ ନିଯୁକ୍ତ ଥିଲେ।