ବ୍ରହ୍ମପୁର : କ୍ରିକେଟ ବ୍ୟାଟ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ବ୍ରହ୍ମପୁର ରେଳ ଷ୍ଟେସନରୁ ଜିଆର ପୋଲିସ ଏହି ଗଞ୍ଜେଇ ଭର୍ତ୍ତି ବ୍ୟାଟକୁ ଜବତ କରିଛି। ଏହାସହିତ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁହେଁ ପଶ୍ଚିମବଙ୍ଗ ମୁରସିଦାବାଦ ଜିଲ୍ଲାର ବୋଲି ଜଣାପଡିଛି। ତେଣୁ ପୋଲିସ ଏ ଘଟଣା ନେଇ ଅଧିକ ତଦନ୍ତ କରୁଛନ୍ତି।
ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ ପଶ୍ଚିମବଙ୍ଗ ମୁରସିଦାବାଦରୁ ପ୍ଲାଷ୍ଟିକ ବ୍ୟାଟରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ପାଇଁ ଟ୍ରେନ ଯୋଗେ ଯାଉଥିଲେ। ଏହି ସମୟରେ ସେମାନଙ୍କ ଭାବଭଙ୍ଗୀରୁ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଜିଆର ପୋଲିସ ସନ୍ଦେହ କରି ଆରପିଏଫ ଓ ସିଆଇବିଙ୍କ ସହାୟତାରେ ସେମାନଙ୍କ ଯାଞ୍ଚ କରିଥିଲେ। ଯାଞ୍ଚ କରିବାରୁ ସେମାନଙ୍କ ଠାରୁ ୨୩ଟି ବେକପେକ ଓ ୧୦ଟି କ୍ରିକେଟ ବ୍ୟାଟରୁ ଚୋରାରେ ଚାଲାଣ ହେଉଥିବା ୧୭ କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ ହୋଇଥିଲା। ଏହାପରେ ପୋଲିସ ଉଭୟଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ : ନକଲି ସୁନା ଇଟା ଠକେଇ : ୬ ଦଲାଲଙ୍କୁ ଗିରଫ କଲା ନୀଳଗିରି ପୋଲିସ୍