ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ଲୋଭ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ନୀଳଗିରି ପୋଲିସ। ଅଭିଯୁକ୍ତଙ୍କଠାରୁ ୩ ଲକ୍ଷ ୨୯ ହଜାର ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍ ପୋଲିସ୍ ଜବତ। ଏହି ଘଟଣାର ମୁଖ୍ୟ କାର୍ପଟଦାର ଥିବା ଅଭିଯୁକ୍ତ ନୀଳଗିରି ଥାନା ଈଶ୍ୱରପୁର ଫାଣ୍ଡି ଓ ସୋର ଅଞ୍ଚଳର ବୋଲି ଜଣା ପଡିଛି ।
ସୂଚନା ଥାଉକି ଏହି ଗ୍ରୁପ ଅତି ଚତୁରତାର ସହ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀ ବ୍ରହ୍ମପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ସୁନା ବେପାର ନାମରେ ତାଙ୍କୁ ନୀଳଗିରି ଅଞ୍ଚଳକୁ ଡକାଇ ନକଲି ସୁନା ବିସ୍କୁଟ ଦେଖାଇବା ସହ କ୍ରେତାଙ୍କ ସହ ଡିଲ୍ ହୋଇଥିଲା। ପରେ କ୍ରେତା ଏହାକୁ କିଣିବା ପାଇଁ ନୀଳଗିରି ଅଞ୍ଚଳକୁ ଆସିଥିଲେ। ତେବେ ଏହି ସମୟରେ ଦଲାଲ ମାନେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଛଡ଼ାଇ ଫେରାର ହୋଇ ଯାଇଥିଲେ। ଏ ନେଇ ରବିବାର ସମ୍ପୃକ୍ତ ବ୍ୟକ୍ତି ଜଣକ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏକ ମାମଲା (ନଂ.୫୨୦/୨୫) ରୁଜୁ କରି ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନକାରୀ ଖୋଳତାଡ଼ ଆରମ୍ଭ କରିଥିଲେ। ଗତ ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାଷ୍ଟରମାଇଣ୍ଡ୍ ସହ ୫ ଜଣ ସହଯୋଗୀ ଗିରଫ ହୋଇଛନ୍ତି ।