ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେଲା ପ୍ରବଳ ଶୀତ ଲହରୀ ଜାରି ରହିଛିା। ଆଞ୍ଚଳିକ ପାଣିପାଗ ସୂଚନାନୁସାରେ, ସୋମବାର ଜି.ଉଦୟଗିରିରେ ତାପମାତ୍ରା ୪.୩ ଡିଗ୍ରୀ ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ସହ ସବୁଠାରୁ ଥଣ୍ଡା ସହର ପାଲଟିଛି ।
ସେହିପରି ସେମିଳିଗୁଡ଼ାରେ ୪.୬ ଡିଗ୍ରୀ, ଫୁଲବାଣୀରେ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୭.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ, ରାଉରକେଲାରେ ୭.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଛି। ଚିପିଲିମାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ ଅନୁଗୋଳରେ ୮.୮ ଡିଗ୍ରୀ, କିରେଇରେ ୮.୯ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।
ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସୁଛନ୍ତି। ଦିନ ୧୦ ଟା ନହେଲେ କାମଧନ୍ଦାକୁ ଯିବା ଶ୍ରମିକମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ଶୀତ ଲହରି ଏହିପରି ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।