ଜଳୁଛି ଜଙ୍ଗଲ । ରାଜ୍ୟରେ ବଢୁଛି ତାତି । ଆଉ ଅସହ୍ୟ ତାତିରେ ସାରା ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ଏବେ ଜଙ୍ଗଲ ନିଆଁ ରାଜ୍ୟ ବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମାଲକାନଗିରିର କାଲିମେଳାରେ ଜଙ୍ଗଲ ଜଳୁଛି । ମୋଟୁ ୩୨୬ ନ୍ୱର ଜାତୀୟ ରାଜପଥ ନିକଟରେ ଥିବା ଏମଭି ୧୨୬ ପାହାଡରେ ନିଆଁ ଲାଗିଛି । ଯାହା ଏବେ କାଲିମେଳା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ପାହାଡ କାଲିମେଳା ବନବିଭାଗ ଅଧିନରେ ଥିବା ପେଦାବାଡା ସଂରକ୍ଷିତ ଜଙ୍ଗଲରେ ରହିଛି । ଜଙ୍ଗଲରେ ଶୁଖିଲା ପତ୍ର ରହିଥିବା କାରଣରୁ ନିଆଁ ଧିରେ ଧିରେ ବ୍ୟାପିବାରେ ଲାଗିଛି । ଯାହା ଫଳରେ ଜଙ୍ଗଲରେ ଥିବା ଅନେକ ମୂଲ୍ୟବାନ ଗଛ ପୋଡିଯାଇଛି । ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁ ଯୋଗୁଁ ଏବେ ଏହି ଅଂଚଳର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ତେବେ କାଲିମେଳା ଜଙ୍ଗଲରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ପାହାଡରେ ନିଆଁ ଲାଗିଥିବା ବେଳେ ବନ ବିଭାଗର ଅପାରଗତା ଯୋଗୁଁ ନିଆଁ ଲାଗିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି ।