ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାର ଲଙ୍କା ପୋଡ଼ି ହୋଇଛି ଚିତ୍ତାକର୍ଷକ । ରାମଲୀଳା ନାଟକରେ ବୀର ହନୁମାନଙ୍କ ଦ୍ୱାରା ଲଙ୍କାପୋଡ଼ି ଦୃଶ୍ୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । ଦେବୀ ସୀତାଙ୍କ ଠାବ ପରେ ବୀର ହନୁମାନ ଅଶୋକ ବନ ଭାଙ୍ଗିବା ପରେ ଲଙ୍କା ଦହନ ରାମାୟଣର ଏକ ମୁଖ୍ୟ ଅଂଶ । ତେବେ ପବନ ପୁତ୍ର ହନୁମାନଙ୍କ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି ଘନଶ୍ୟାମ ସାଏ । ପବନପୁତ୍ର ହନୁମାନଙ୍କ ଭୂମିକାରେ ଅଭିନୟ କରି ଘନଶ୍ୟାମ ନିଜକୁ ଧନ୍ୟ ମଣିଛନ୍ତି । ଜଗନ୍ନାଥପଡ଼ା ରାମଲୀଳାର ଗୁରୁ ହେଉଛନ୍ତି ବାଳମୁକୁନ୍ଦ ବେହେରା । ତାଙ୍କ ଦିଗ୍ଦର୍ଶନରେ ରାମଲୀଳାରେ ଉଚ୍ଚକୋଟୀର ଅଭିନୟ କରୁଛନ୍ତି କଳାକାରମାନେ । ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ରୁଦ୍ର ନାରାୟଣ ପଟେଲ । ସେ ତାଙ୍କ ଅଭିନୟରେ ଦର୍ଶକମାନଙ୍କୁ ମୁଗ୍ଧ କରିବାରେ ଖୁବ୍ ସଫଳ ହୋଇଛନ୍ତି ।
ଅଧିକା ପଢନ୍ତୁ:ଆଜି ଶ୍ରୀମନ୍ଦିରରେ ରାମାଭିଷେକ ନୀତି