ଆଜି ଶ୍ରୀମନ୍ଦିରରେ ରାମାଭିଷେକ ନୀତି । ଶ୍ରୀମନ୍ଦିରରେ ସମସ୍ତ ପର୍ବପର୍ବାଣି ପାଳନ କରାଯାଉଥିଲାବେଳେ ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଶ୍ରୀକ୍ଷେତ୍ରରେ ରାମନବମୀରୁ ଆରମ୍ଭ ହୋଇଥିଲା ସାହିଯାତ ତାହା ଆଜି ଶେଷ ହେବ । ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବା ପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ।
ଏହାପରେ ଜୟବିଜୟ ଦ୍ବାରରେ ଭୋଗ ଓ ବନ୍ଦାପନା ନୀତି କରାଯିବ । ଏହି ସବୁ ରୀତିନୀତି ସରିବା ପରେ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବୋ ସନ୍ଧ୍ୟାରେ ଅଜ୍ଞାମାଳ ପାଇଁ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ ଓ ଦେବୀସୀତା ପାଲିଙ୍କିଙ୍କୁ ବିଜେ କରି ଶ୍ରୀଜଗନ୍ନାଥ ବଲ୍ଲବ ମଠକୁ ବିଜେ କରିବେ । ତ୍ରେତୟା ଯୁଗରେ ମହାପ୍ରଭୁ ଅଯୋଧ୍ୟା ଧାମରେ ଶ୍ରୀରାମଙ୍କ ରୂପରେ ଜନ୍ମ ନେଇଥିବାରୁ ଶ୍ରୀରାମ ମହାପ୍ରଭୁଙ୍କ ଅବତାରୀ ସେହି ଦୃଷ୍ଟିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଠାରୁ ରାମାଭିଷେକ ନୀତି ପାଳନ କରାଯାଇଥାଏ । ରାମନବମୀ ଠାରୁ ଆରମ୍ଭ ହୋଇଥିବା ସାହିଯାତ୍ରାର ଆଜି ଶେଷ ଦିବସ।ଏହି ଅବସରରେ ଗୌଡ଼ବାଡ଼ ସାହି ପକ୍ଷରୁ ନାଗା, ମେଢ଼, ନବଶିରା, ସପ୍ତଶିରା, ପଞ୍ଚଶିରା, ପାରମ୍ପରିକ ସମରକଳା ଆଦି ପରିବେଷଣ କରାଯିବ । ସମସ୍ତ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ଏହି ଉତ୍ସବକୁ ଉପଭୋଗ କରିବେ ।