କଂଗ୍ରେସ ଛାଡିଲେ ପୂର୍ଵତନ ବିଧାୟକ ତଥା ସୋନପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ର। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେବା ସହିତ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କ ପଠାଇଛନ୍ତି। ଦଳ ପକ୍ଷରୁ ତାଙ୍କୁ ଟିକେଟ ନ ମିଳିବାରୁ ଏବଂ ଦଳର ଏପରି ମନୋଭାବ ପାଇଁ ସେ ଦଳରୁ ଇସ୍ତଫା ଦେଇଛନ୍ତି।
ସୂଚନା ମୁତାବକ, ଆଗକୁ ନିର୍ବାଚନ ଥିବା ବେଳେ ବର୍ତ୍ତମାନ ବିଭିନ୍ନ ଦଳର ଟାଣୁଆ ନେତାମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗଦାନ ଦେଉଛନ୍ତି। ସେହିପରି କଂଗ୍ରେସର ଜଣେ ଟାଣୁଆ ନେତା ପୂର୍ଵତନ ବିଧାୟକ ତଥା ସୋନପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ର କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତେବେ ଚଳିତ ବିଧାନସଭା ନିର୍ବାଚନରେ ଟିକେଟ ପାଇବା ଲାଗି ସେ ଆଶାୟୀ ଥିଲେ। ମାତ୍ର ଟିକେଟ ନ ମିଳିବାରୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି।ତେବେ କଂଗ୍ରେସ ଛାଡ଼ିବା ପରେ ସେ କେଉଁ ଦଳରେ ଯୋଗ ଦେବେ ତାହା ଦେଖିବାକୁ ବାକି ରହିଲା।