ପଦ୍ମ ଧରିଲେ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି। ଲୋକପ୍ରିୟ ସିରିଏଲ ଅନୁପମାର ମୁଖ୍ୟ ଚରିତ୍ରରେ ଅଭିନୟ କରି ସେ ଖୁବ ଫେମ୍ ପାଇଥିଲେ। ଅଭିନୟରୁ ସିଧାସଳଖ ରାଜନୀତିରେ ପାଦ ରଖିଛନ୍ତି ରୁପାଲି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ବିନୋଦ ତାଓ୍ୱଡେ ଓ ଅନୀଲ ବଲୁନିଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।
ସୂଚନା ଅନୁଯାୟୀ , ବର୍ତ୍ତମାନ ଅନୁପମା ଭୂମିକାରେ ଅଭିନେତ୍ରୀ ରୁପାଲି ଟିଭି ଇଣ୍ଡିଷ୍ଟ୍ରିରେ ରାଜ କରୁଛନ୍ତି। ତାଙ୍କର ଏହି ଭୂମିକାକୁ ଦର୍ଶକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଏହି ସିରିଏଲ୍ ଜରିଆରେ ରୁପାଲିଙ୍କ ଲୋକପ୍ରିୟତା ଢ଼େର ବଢ଼ି ଯାଇଛି। ତେବେ ସେ ଏବେ ବିଜେପି ଦଳରେ ମିଶିବା ସହିତ ରାଜନୀତିରେ ପାଦ ରଖିଛନ୍ତି। ତେବେ ବିଜେପିରେ ସାମିଲ ହେବା ପରେ ଅଭିନେତ୍ରୀ ରୁପାଲି କହିଛନ୍ତି ଯେ 'ଯେତେବେଳେ ମୁଁ ବିକାଶର ଏହି ମହାଯଜ୍ଞକୁ ଦେଖିଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ମଧ୍ୟ ଏଥିରେ ଭାଗ ନେବା ଉଚିତ୍। ମୋତେ ଆପଣ ସମସ୍ତଙ୍କର ଆଶୀର୍ବାଦ ଏବଂ ସମର୍ଥନ ଆବଶ୍ୟକ। ମୁଁ ଯାହା ବି କରିବି ତାହା ଠିକ୍ ଏବଂ ଭଲ ହେବା ଉଚିତ୍।'