ବୁଧବାର ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିସାଇଲର ସଫଳ ପରୀକ୍ଷଣ ହୋଇଯାଇଛି। ଆଜି ସକାଳ ୮ଟା ୩୫ ମିନିଟରେ ଏହାର ପରୀକ୍ଷଣ ହୋଇଥିବା ସୂଚନା ମିଳିଛି।
ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ଏହି ମିସାଇଲର ଲକ୍ଷଭେଦ କ୍ଷମତା ୬୩୪ କିଲୋମିଟର ପର୍ଯ୍ୟନ୍ତ ରହିଛି। ଶତ୍ରୁପକ୍ଷର ସମସ୍ତ ଟାର୍ଗେଟକୁ ଏହା ଧ୍ୱଂସ କରିବାରେ ସକ୍ଷମ ବୋଲି କୁହାଯାଇଛି।