ବସ୍ତା ଦକ୍ଷୀଣ - ପୂର୍ବ ରେଳପଥର ଦକ୍ଷୀଣ କେବିନ୍ ନିକଟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।ଟ୍ରେନ ଦୁର୍ଘଟଣାରୁ ଜଣେ ଯୁବକ ଅଳ୍ପକେ ବର୍ତି ଯାଇଛନ୍ତି । ସୂଚନା ଅନୁସାରେ, ଅପ ଲାଇନ୍ ରେ ଟ୍ରେନ ପାଶ କରୁଥିବା ବେଳେ ବସ୍ତା ରେଳ ଗେଟ୍ ପଡିରହିଥିଲା। ଏହି ସମୟରେ ଜନୈକ ଯୁବକ ଗାଡ଼ି ସହ ଗେଟ୍ ଭିତରେ ପଶି ଆଗକୁ ଆସି ଯାଇଥିଲେ। ଠିକ ସେହି ସମୟରେ ଡାଉନ୍ ଲାଇନ ରେ ମଧ୍ୟ ଗାଡ଼ି ଆସିଯାଇଥିଲା। ଏବଂ ଗାଡ଼ି ଆସିଯାଇଥିବା ଦେଖି ଯୁବକ ଜଣକ ନିଜର ଗାଡ଼ି ଛାଡି ଆଗକୁ ଦୈ।ଡି ପଳାଇଥିଲେ। ଯାହା ଫଳରେ ଯୁବକ ଜଣଙ୍କ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚି ଯାଇଥିବା ବେଳେ ଗାଡିଟି ଟ୍ରେନ ଧକ୍କାରେ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।