ମାରଣାସ୍ତ୍ର ସାହାଯ୍ୟରେ ଦିଅର ନେଲା ଭାଉଜର ଜୀବନ । ଏପରି ଏକ ହୃଦୟବିଦାରକ ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି । ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡାରେ ଦିଅର ମାରଣାସ୍ତ୍ରରେ ଭାଉଜକୁ ଆକ୍ରମଣ କରି ଭାଉଜର ଜୀବନ ନେଇଛି । କୌଣସି ପାରିବାରିକ କଳହରୁ ଦିଅର ଏପରି କାର୍ଯ୍ୟ କରିଛି । ଭାଉଜର ମୃତ୍ୟୁ ପରେ ଦିଅର ଥାନାରେ ଆତ୍ମସମର୍ପଣ କରିଛି । ଭାଇ ଘରେ ନ ଥିଲା ବେଳେ ଦିଅର ଭାଉଜକୁ ହତ୍ୟା କରିଛନ୍ତି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।