ମଙ୍ଗଳବାର ସମ୍ବଲପୁରର ଚେରୁଆପଡ଼ା ହାଉସିଂ ବୋର୍ଡ କଲୋନୀରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୁବ ସମାଜସେବୀ ରାମଦାସ ପଣ୍ଡାଙ୍କ ସମେତ ଅନେକ ମାନ୍ୟଗଣ ବ୍ୟକ୍ତି ବିଜେପିରେ ସାମିଲ ହୋଇଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲାରେ ବିଜେପିର ସଂଗଠନାତ୍ମକ ଶକ୍ତି ମଜଭୂତ ସହ ଜନାଧାର ବୃଦ୍ଧି ହେବ । ଏହି ମିଶ୍ରଣ ପର୍ବରେ ଗୁରୁଜନଙ୍କ ଆଶୀର୍ବାଦ, ମା’ ମାନଙ୍କ ଉତ୍ସାହ, ଯୁବ ବନ୍ଧୁ ମାନଙ୍କ ଉନ୍ମାଦନା ଓଡ଼ିଶାରେ ରାଜନୀତିର ଦିଶା ଓ ଭବିଷ୍ୟତର ପ୍ରମାଣ ଦେଉଛି । ଅନେକ ମଠ ମନ୍ଦିରର ସହର ସମ୍ବଲପୁର କିନ୍ତୁ ଆଜି ଯେଉଁ ଅବସ୍ଥାରେ ଥିବା କଥା, ସେହି ଅବସ୍ଥାରେ ନାହିଁ । ଦୁର୍ଭାଗ୍ୟବଶତଃ ଦୀର୍ଘ ୨୪ ବର୍ଷ ଶାସନରେ ବହୁତ ଖରାପ ଅବସ୍ଥାରେ ଅଛି । ରାସ୍ତା, ଡ୍ରେନେଜ୍ ସମସ୍ୟା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ଏଥର ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚିତ ହେବ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ମା’ ସମଲେଇଙ୍କ ଭୂମି ସମ୍ବଲପୁର ହେଉଛି ଏକ ଆଧ୍ୟାତ୍ମିକ ସହର । ମା ସମଲେଇଙ୍କ ଆଶୀର୍ବାଦରୁ ସମ୍ବଲପୁରକୁ କାଶୀ ଭଳିଆ ହେବ।
ଏହି ମିଶ୍ରଣ ପର୍ବରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର , ବ୍ରହ୍ମଗିରି ବିଧାୟକ ଲଲାତେନ୍ଦୁ ବିଦ୍ୟାଧର ମହାପାତ୍ର,ବରିଷ୍ଠ ବିଜେପି ନେତା ଡ଼. ପ୍ରମୋଦ ରଥ, ଜିଲ୍ଲା ସଭାପତି ଗିରିସ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।