ରାଜ୍ୟରେ ଶୀତର ଆଗମନ ହୋଇସାରିଲାଣି । ରାଜ୍ୟରେ ୫ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଥିବାର ରେକର୍ଡ କରାଯାଉଛି । ଏବେ ରାଜ୍ୟରେ ଶୀତ ବଢ଼ିବାରେ ଲାଗିଲାଣି । ଅନେକ ସ୍ଥାନରେ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି, ସକାଳୁ ସକାଳୁ କୁହୁଡିରେ ଆଚ୍ଛାଦିତ ହୋଇରହୁଛି ଅନେକ ଅଞ୍ଚଳ । ରାଜ୍ୟର ଅନେକ ସ୍ଥାନରେ ପାରଦ ସ୍ବାଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୧.୪ ଡିଗ୍ରୀ ସହ କନ୍ଧମାଳର ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ରେକର୍ଡ କରାଯାଇଛି । ଏହା ଛଡା କୋରାପୁଟରେ ୧୧.୭, ସିମିଳିଗୁଡାରେ ୧୨, ଦାରିଙ୍ଗବାଡିରେ ୧୩.୫ ଡିଗ୍ରୀ, କିରେଇରେ ୧୪.୫ ଓ ଫୁଲବାଣୀରେ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟ ରାଜଧାନୀରେ ୨୦.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କଟକରେ ୨୦ ଡିଗ୍ରୀ ରେକର୍ଡ ହୋଇଛି । ଆଗକୁ ଆହୁରି ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି ।
ଅଧିକ ପଢନ୍ତୁ : କନ୍ଧମାଳ ଜିଲ୍ଲାରେ ରାତିର ତାପମାତ୍ରା ଧୀରେ ଧୀର ହ୍ରାସ ପାଉଛି
ଜି.ଉଦୟଗିରି - ୧୧.୪ ଡିଗ୍ରୀ
କୋରାପୁଟ - ୧୧.୭ ଡିଗ୍ରୀ
ସିମିଳିଗୁଡା - ୧୨ ଡିଗ୍ରୀ
ଦାରିଙ୍ଗବାଡି - ୧୩.୫ ଡିଗ୍ରୀ
କିରେଇ - ୧୪.୫ ଡିଗ୍ରୀ
କଟକ - ୨୦ ଡିଗ୍ରୀ
ଭୁବନେଶ୍ୱର - ୨୦.୨ ଡିଗ୍ରୀ