ରାଜ୍ୟରେ ଦିନକୁ ଦିନ ଶୀତ ବଢୁଛି । କିଛି ଦିନ ହେବ କନ୍ଧମାଳ ଜିଲ୍ଲାରେ ରାତିର ତାପମାତ୍ରା ଧୀରେ ଧୀର ହ୍ରାସ ପାଉଛି । ଯାହାଫଳରେ ଶୀତର ପରିମାଣ ବୃଦ୍ଧି ପାଇଛି । କନ୍ଧମାଳ ସମେତ ଫିରିଙ୍ଗିଆ,ଜି ଉଦୟଗିରି,ଦାରିଙ୍ଗବାଡି ଭଳି ସ୍ଥାନରେ ଅଧିକ ଶୀତ ଅନୁଭୂତ ହେଉଛି । ଏହି ସବୁ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ପାରଦ ଖସିବାରେ ଲାଗିଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁର ସାହାରା ନେଉଛନ୍ତି । ଆଜି ସକାଳୁ ସକାଳୁ ସାରା ଆକାଶ କୁହୁଡିରେ ଆଚ୍ଛାଦିତ ହୋଇରହିଥିଲା । ଗତକାଲି ଦାରିଙ୍ଗବାଡି ଓ ଫୁଲବାଣୀର ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଥିବାର ସୂଚନା ମିଳିଛି । ଏପଟେ ଥଣ୍ଡା ବଢିବା ଫଳରେ ଗରମ ପୋଷାକର ଚାହିଦା ମଧ୍ୟ ବଢିବାରେ ଲାଗିଛି । ଏବେ କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟକ ମାନଙ୍କର ଭିଡ ଦେଖିବାକୁ ମିଳିଛି । ଋତୁ ପରିବର୍ତ୍ତନ ହେଉଥିବାରୁ ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ଜମୁଛି । ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି ।
ଆଗକୁ ପଢନ୍ତୁ :- ରାଜ୍ୟରେ ଆସନ୍ତା ୧୫ ତାରିଖ ଠାରୁ ପାଗ ବଦଳିବ